ଏହି କାରଣ ପାଇଁ ବାହା ହେବାକୁ ମନା କରିଥିଲେ ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍‌ ରିୟଲ ଲାଇଫ୍‌ରେ କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟାଚଲର୍‌ ଅଛନ୍ତି। ସଲମାନ୍‌ ବିବାହ ପାଇଁ ମନସ୍ଥ କରିଥିଲେ। ଏପରିକି ବିବାହ କାର୍ଡ ମଧ୍ୟ ବାଣ୍ଟି ସାରିଥିଲେ। କିନ୍ତୁ ତାଙ୍କ ମନ ପରିବର୍ତ୍ତନ ହେବାରୁ ସେ ଅବିବାହିତ ରହିଗଲେ। ଏ କଥା ଆମେ କହୁନୁ, ଖୋଦ୍‌ ଦବଙ୍ଗ ଖାନ୍‌ ଏକ ଟିଭି ଶୋ’ରେ କହିଥିଲେ। ସେ କହିଥିଲେ ବିବାହ କରିବାକୁ ତାଙ୍କର ସମସ୍ତ ପ୍ରସ୍ତୁତି ସରିଥିଲା। ପରେ ତାଙ୍କର ଇଚ୍ଛା ହେଲାନି ବାହା ହେବାକୁ। ସେହିପରି ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସାଜିଦ୍‌ ନାଦିୟାଡଓ୍ବାଲା ଏ ସମ୍ପର୍କରେ କିଛି ରୋଚକପୂର୍ଣ୍ଣ କଥା ପ୍ରକାଶ କରିଥିଲେ। ସାଜିଦ୍‌ କହିଥିଲେ, ୧୯୯୯ ମସିହାରେ ସଲମାନ୍‌ ବିବାହକୁ ନେଇ ବେଶ୍‌ ଆଗ୍ରହୀ ଥିଲେ। ଏଥିପାଇଁ ଝିଅ ମଧ୍ୟ ପସନ୍ଦ କରିସାରିଥିଲେ। ସଲମାନଙ୍କ ତାଙ୍କ ପିତାଙ୍କ ବାର୍ଥ ଡେ’ ଅବସରରେ ନଭେମ୍ବରରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କାର୍ଡ ମଧ୍ୟ ବାଣ୍ଟିଥିଲେ। ଯେତେବେଳେ ବିବାହ ସମୟ ନିକଟତର ହୋଇଗଲା ସେତେବେଳେ ତାଙ୍କର ବିବାହ କରିବାକୁ ମୁଡ୍‌ ନାହିଁ ବୋଲି କହିଥିଲେ। ତେଣୁ ବିବାହ ବନ୍ଦ ରହିଥିଲା।

Share