‘ଟାଇଗର-୩’ ଶୁଟିଂ ସାରି ମୁମ୍ବାଇ ଫେରିଲେ ଭାଇଜାନ, କ୍ଲିନ୍‌ ସେଭ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ର ଶୁଟିଂ ସାରି ମୁମ୍ବାଇ ଫେରିଛନ୍ତି ଭାଇଜାନ। ଶନିବାର ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍‌ କରିଛନ୍ତି ପ୍ରଶଂସକ। ଭାଇଜାନଙ୍କ କ୍ଲିନ୍‌ ସେଭ୍‌ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି। ସଲମାନ ଏବଂ କ୍ୟାଟ୍ରିନା ଦିଲ୍ଲୀ ଏନ୍‌ସିଆରରେ ଏହି ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ଶୁଟିଂ ପୂରା ସପ୍ତାହ ଧରି କରିଥିଲେ। ଏଥିସହିତ ଏହି ଫିଲ୍ମର ଶୁଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ଅଭିନେତା ଇମରାନ ହାସମୀ ଖଳନାୟକ ଭୂମିକାରେ ନଜର ଆସିବେ।

କରୋନା ମହାମାରୀ ସମୟରେ ‘ଟାଇଗର-୩’ର ଶୁଟିଂ ଲଗାତର ଭାବେ ସଲମାନ କରିଆସୁଥିଲେ। ଫିଲ୍ମର ଶେଷ ଦୃଶ୍ୟ ଭାଲେଣ୍ଟାଇନ୍‌ ଡେ’ରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁଟିଂ ହୋଇଥିଲା। ଏହା ପରେ ସଲମାନ-କ୍ୟାଟ୍ରିନା ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ସଲମାନଙ୍କୁ କ୍ଲିନ୍‌ ସେଭ୍‌ରେ ଦେଖି ଫିଲ୍ମର ଶୁଟିଂ ଶେଷ ହେଲା ବୋଲି ସ୍ପଷ୍ଟ ଜଣାପଡ଼ିଲା। କାରଣ ଏହି ଫିଲ୍ମ ପାଇଁ ଦୁଇବର୍ଷ ହେବ ଦାଢ଼ିରେ ଦେଖିବାକୁ ମିଳୁଥିଲା ସଲମାନଙ୍କୁ। ଫିଲ୍ମଟି ଏକ ବଡ଼ ବଜେଟରେ ତିଆରି ହୋଇଛି। ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ହିନ୍ଦୀ, ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ତେବେ ଫିଲ୍ମର ରିଲିଜ ତାରିଖ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Share