ଗୋଟିଏ ଫ୍ରେମ୍‌ରେ ସଲମାନ-ରୋନାଲଡୋ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ସଲମାନ ଖାନଙ୍କ ସହ ନଜର ଆସିଛନ୍ତି। ନିକଟରେ ସାଉଦି ଆରବରେ ଟାଇସନ ଫ୍ୟୁରି ଏବଂ ଫ୍ରାନ୍ସିସ ନାଗାନୋଙ୍କ ମଧ୍ୟରେ ଏକ ଏମ୍‌ଏମ୍‌ଏ ମ୍ୟାଚ ହୋଇଥିଲା। ଏହି ମ୍ୟାଚ୍‌ ଦେଖିବା ପାଇଁ ଅନେକ ସେଲିବ୍ରିଟି ଆସିଥିଲେ। କ୍ରିଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସଲମାନ ଖାନଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି। ସଲମାନ ଏବଂ ରୋନାଲଡୋଙ୍କୁ ସମାନ ଫ୍ରେମରେ ଦେଖିବା ପରେ ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।
ସଲମାନ ଖାନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର ୩ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ବଡ଼ ପରଦାରେ ଟାଇଗର ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଚଳିତ ବର୍ଷ ଦୀପାବଳିର ବିଶେଷ ଉତ୍ସବରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

Share