ସଲମାନ ରଶ୍‌ଡିଙ୍କ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୮: ଲେଖକ ସଲମାନ ରଶ୍‌ଡିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଃଖ ପ୍ରକାଶ କରିଛନ୍ତି। ଲୋକମାନେ ବିନା ଭୟରେ ନିଜ ବିଚାର ବାଣ୍ଟିବାକୁ ସମର୍ଥ ହେବା ଉଚିତ। ସମାଜରେ ହିଂସା ଏବଂ ଘୃଣାର କୌଣସି ସ୍ଥାନ ନାହିଁ ବୋଲି ହାରିସ କହିଛନ୍ତି। କମଲା ହାରିସଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଅନେକ ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି।
ସଲମାନ ରଶ୍‌ଡିଙ୍କୁ ତାଙ୍କ ପୁସ୍ତକ ‘ଦି ସ୍ୟାଟେନିକ୍‌ ଭର୍ସେସ’ ଉପରେ ବାରମ୍ବାର ହତ୍ୟା ଧମକ ମିଳୁଥିଲା। ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମ ସମୟରେ ଷ୍ଟେଜରେ ତାଙ୍କ ଉପରକୁ ଛୁରାମାଡ଼ କରାଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

Share