ସଲମାନ କହିଲେ ମୋର ୫ ଗର୍ଲଫ୍ରେଣ୍ଡ, ମୁଁ କିନ୍ତୁ ବ୍ୟାଚଲର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ବ୍ୟାଚଲର ସଲମାନ ଆଜି ବି ଚର୍ଚ୍ଚାରେ। ବିବାହ ବୟସ ଅତିକ୍ରମ କରିସାରିଥିଲେ ମଧ୍ୟ ସେ ବିବାହର ନା ଧରୁନାହାନ୍ତି। ମାତ୍ର ତାଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି ବୋଲି ସଲମାନ ଏକଥା କହିଛନ୍ତି। ସେ କହିଛନ୍ତି, ଜଣେ କି ଦୁଇଜଣ ନୁହେଁ ୫ ଜଣ ଗର୍ଲଫ୍ରେଣ୍ଡ ମୋର ଅଛନ୍ତି।

ଏକ ଶୋ’ରେ ଅଜୟ ଦେବଗନ ଏବଂ କାଜଲଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସଲମାନ କହିଥିଲେ, ତୁମେ ଜାଣ, ମୋର ଜୀବନ ଭିତରେ ୫ ଜଣ ଗର୍ଲଫ୍ରେଣ୍ଡ ଥିଲେ। ଯେତେବେଳେ ଅଜୟ ତାଙ୍କୁ ଜାତୀୟ ଟେଲିଭିଜନରେ ବ୍ୟାଚଲର ବୋଲି କହି ଥଟ୍ଟା କରିଥିଲେ, ସେତେବେଳେ ସେ କହିଥିଲେ ହଁ, ମୁଁ ବ୍ୟାଚଲର। କାଜଲ ହସି ହସି କହିଥିଲେ, ମୁଁ ଏହା କେବେ ବି ବିଶ୍ୱାସ କରିବି ନାହିଁ। ଏହା ସମସ୍ତଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା।

Share