ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଲମାନ, ଶାହାରୁଖ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସମଗ୍ର ଦେଶରୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର। କିଙ୍ଗ୍‌ଖାନ ଶାହାରୁଖ ଏବଂ ଭାଇଜାନ ସଲମାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

‘X’ (ପୂର୍ବରୁ ଟୁଇଟର)ରେ ଶାହାରୁଖ ଲେଖିଛନ୍ତି, ସମ୍ମାନନୀୟ ପ୍ରଧାନମନ୍ତ୍ରୀ @narendramodi ji!!! ଆପଣଙ୍କ ସୁସ୍ଥ ଏବଂ ଆନନ୍ଦଦାୟକ ଜୀବନ କାମନା କରୁଛି। ଆପଣ କାମରୁ କିଛି ସମୟ ଛୁଟି ପାଇ ଟିକେ ମଜା କରନ୍ତୁ। ଶୁଭେଚ୍ଛା। ସେହିପରି ସଲମାନ ଟୁଇଟ୍‌ କରି ଲେଖିଛନ୍ତି, ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି।

Share