Advertisement

ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର ୪ଟି ପୋଷ୍ଟର ରିଲିଜ ହୋଇସାରିଛି। ଏହି ପୋଷ୍ଟରରେ ସଲମାନ ଓ କ୍ୟାଟରିନାଙ୍କ ଜବରଦସ୍ତ ଲୁକ୍‌ ଦେଖିବାକୁ ମିଳିଛି। ସଲମାନ ସାର୍ଟ ଓ ବ୍ଲେଜର ପିନ୍ଧିଥିବା ବେଳେ ଜଣେ ମଧ୍ୟମ ବର୍ଗର ବ୍ୟକ୍ତି ଭାବେ ନଜର ଆସିଛନ୍ତି। ସେହିପରି କ୍ୟାଟ୍ରିନା କେଫ ଶାଢ଼ୀରେ ନଜର ଆସିଥିବା ବେଳେ ସେ ମଧ୍ୟ ଖୁବ୍‌ ଗର୍ଜିୟସ ଦେଖାଯାଉଛନ୍ତି।  ସଲମାନ ଏହି ପୋଷ୍ଟରକୁ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି। ”ସବୁ ହସ ହସ ମୁହଁ ପଛରେ ଦୁଃଖ ଲୁଚି ରହିଥାଏ। ଆଉ ସେହି ଦୁଃଖ ତୁମକୁ ଜୀବିତ ରଖିଥାଏ। ଭାରତର ପ୍ରତଶ୍ରୁତି’। ଏହା ପୂର୍ବରୁ ସଲମାନ ଭାରତରେ ଥିବା ନିଜର ୪ଟି ଲୁକ୍‌କୁ ଶେୟାର କରିଥିଲେ। ଯେଉଁଥିରେ ତାଙ୍କୁ ଯୁବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଭାରତ ହେଉଛି କୋରିଆନ ଫିଲ୍ମ ‘ଓଡ ଟୁ ମାଇ ଫାଦର’ର ରିମେକ। ଏହି ଫିଲ୍ମରେ ଭାରତର ଇତିହାସକୁ ଜଣେ ସାଧାରଣ ବ୍ୟକ୍ତି ଜରିଆରେ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି। ଏଥିରେ ସଲମାନଙ୍କ ବିପକ୍ଷରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ସମେତ ୬ଟି ଫିଲ୍ମରେ ସଲମାନ-କ୍ୟାଟ୍ରିନା ଏକା ସାଙ୍ଗରେ କାମ କରିସାରିଛନ୍ତି। ତେବେ ଜୁନ ୫ରେ ଏହି ଫିଲ୍ମ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share