ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଶେୟାର କରିବାକୁ ସଲମାନ ନିଅନ୍ତି ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘବର୍ଷ ଧରି ତାଙ୍କ ପ୍ରଶଂସକମାନଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଏମିତି ଏକ ସମୟ ଥିଲା, ଯେତେବେଳେ ସଲମାନ ପ୍ରଥମ ଫିଲ୍ମରେ ମାତ୍ର ୧୧ ହଜାର ଫି’ ନେଇ କାମ କରିଥିଲେ। ଆଜି ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଚାର୍ଜ କରନ୍ତି।

ସଲମାନ ୧୯୮୮ରେ ‘ବିବି ହୋ ତୋ’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ଫାରୁକ ଶେଖ୍‌ ଏବଂ ରେଖା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଲମାନ ସହାୟକ ଭୂମିକାରେ ଥିଲେ। ଏହି ଫିଲ୍ମ ପାଇଁ ସଲମାନ ମାତ୍ର ୧୧ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।

ବର୍ତ୍ତମାନ ସଲମାନ ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକ ପାଉଥିବା ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ସଲମାନ ତାଙ୍କର ଫିଲ୍ମ ‘ଟାଇଗର’ ପାଇଁ ୧୦୦ କୋଟି ଟଙ୍କା ଫି’ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ରିୟାଲିଟି ଶୋ’ ବିଗ୍‌ ବସ୍‌ର ହୋଷ୍ଟ କରୁଛନ୍ତି। ଗୋଟିଏ ଏପିସୋଡ୍‌ ପାଇଁ ୧୨ କୋଟି ଟଙ୍କା ନିଅନ୍ତି।

ସଲମାନଙ୍କ ବାର୍ଷିକ ରୋଜଗାର ହେଉଛି ୨୦୦ କୋଟି ଟଙ୍କା । ତାଙ୍କର ମୋଟ୍‌ ସମ୍ପତ୍ତି ମୂଲ୍ୟ ୨୮୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବ୍ରାଣ୍ଡକୁ ସମର୍ଥନ କରନ୍ତି, ତେବେ ସେ କେବଳ ଗୋଟିଏ ପୋଷ୍ଟ ଶେୟାର କରିବା ପାଇଁ ୫୦ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି।

Share