ଲୋକଙ୍କ ନିକଟରେ ଖାଦ୍ୟ ପ୍ୟାକେଟ ପହଞ୍ଚିବା ପୂର୍ବରୁ ମାନ ଯାଞ୍ଚ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଯୋଗୁ ସେ କରୋନା ଯୋଦ୍ଧାମାନଙ୍କ ପାଇଁ ଜଳଖିଆ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ମାତ୍ର ଏହା ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସଲମାନ ନିଜେ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ସଲମାନ ଏକ ମେରୁନ କଲରର ଶର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ମହମାରୀକୁ ଦୃଷ୍ଟିରେ ରଖି ସଲମାନ ମାସ୍କ ମଧ୍ୟ ପିନ୍ଧିଛନ୍ତି। ପ୍ରଥମେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଥିବା ଖାଦ୍ୟର ସ୍ବାଦ ଚାଖିଛନ୍ତି। ଏଥିସହିତ ଖାଦ୍ୟ କିପରି ପ୍ୟାକିଂ ହେଉଛି ତାହା ମଧ୍ୟ ଦେଖାଶୁଣା କରିଛନ୍ତି। ଖାଦ୍ୟ ଚାଖିବା ପରେ ସଙ୍ଗେ ସଙ୍ଗେ ସଲମାନ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳିଛି। ସଲମାନଙ୍କ ନିକଟରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିଥିବା ନଜର ଆସିଛନ୍ତି।

Share