ବଡିଗାର୍ଡ ଶେରାଙ୍କ ପୁଅକୁ ଲଞ୍ଚ କରିବେ ସଲମାନ

ମୁମ୍ବାଇ: ବଲିଉଡ ସୁପର ଷ୍ଟାର ସଲମାନ ଖାଁ ତାଙ୍କ ଫିଲ୍ମ ସହ ପର୍ସନାଲ ଲାଇଫକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ସୋସିଆଲ ମିଡିଆରେ ସେ ପାଆନ୍ତି ବହୁତ ପ୍ରଶଂସା । ସଲମାନଙ୍କ ପାଇଁ ବଲିଉଡରେ ଅନେକ କଳାକାରଙ୍କୁ ସ୍ଥାନ ମିଳିଛି । କେତେକଙ୍କୁ ସଲମାନ ବଲିଉଡରେ ଲଞ୍ଚ କରିଥିବା ବେଳେ ଆଉ କେତେକ କଳାକାରଙ୍କୁ ସହଯୋଗ କରିଛନ୍ତି କିଙ୍ଗ ଖାଁ । ଏବେ ମିଳିଥିବା ଏକ ଖବରରୁ ଜଣାପଡିଛି କି ସଲମାନ ତାଙ୍କ ବଡିଗାର୍ଡ ଶେରାଙ୍କ ପୁଅକୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । ଏବେ ଏହି ଖବରକୁ ନେଇ ବଲିଉଡରେ ଖୁବ୍ ଚର୍ଚ୍ଚା ହେଉଛି ।
ସଲମାନ ଖାଁ ସେହିଭଳି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏ ଅନ୍ୟ କଳାକାରଙ୍କ ଲାଇଫ ବନେଇ ଦେଇଛନ୍ତି । ଏବେ ସଲମାନ ତାଙ୍କ ବଡିଗାର୍ଡ ଶେରାଙ୍କୁ ଦେଇଥିବା କଥା ପୂରଣ କରିବାକୁ ଯାଉଛନ୍ତି । ସଲମାନ ଖୁବଶୀଘ୍ର ଶେରାଙ୍କ ପୁଅ ଟାଇଗରକୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଥିବା ବେଳେ ଟାଇଗରଙ୍କ ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶନା ଦେବେ ସତିଶ କୌଶିକ ବୋଲି ଜଣାପଡିଛି ।
ଫିଲ୍ମର ସ୍କ୍ରିପ୍ଟ ଓ ବାକି ସବୁ କାମ ସରିଥିବା ବେଳେ ଏବେ ଲିଡ ଅଭିନେତ୍ରୀଙ୍କୁ ଖୋଜା ଚାଲିଛି । ତେବେ ଫିଲ୍ମଟି ୨୦୨୩ରେ ଶୁଟିଂ ଆରମ୍ଭ କରାଯିବ ।

Share