ଐଶ୍‌ଙ୍କ ଉପରେ ହାତ ଉଠାଇ ଦେଉଥିଲେ ସଲମାନ୍‌, ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ କରୁଥିଲେ ସନ୍ଦେହ

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ପ୍ରେମ କାହାଣୀ ଭିତରୁ ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଅନ୍ୟତମ। ଏକ ସମୟରେ ସେମାନଙ୍କ ବ୍ରେକ୍‌ଅପ୍‌ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା। ପରଦାରେ ହିଟ୍‌ ଥିବା ଏହି ଯୋଡି କାହିଁକି ଅଲଗା ହେଲେ ତାହା ଜାଣିବାକୁ ସମସ୍ତେ ଚାହିଁ ରହିଥିଲେ। ଏନେଇ ଉଭୟ କଳାକାର ଭିନ୍ନ ଭିନ୍ନ କଥା କହି ପରସ୍ପର ଉପରେ ଦୋଷାରୋପ କରିଥିଲେ।

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟାଙ୍କୁ ସଲମାନଙ୍କଠାରୁ ଅଲଗା ହେବାର କାରଣ ପଚରା ଯାଇଥିଲା। ଏହାର ଜବାବରେ ସେ ଦବଙ୍ଗ ଖାନ୍‌ଙ୍କ ଉପରେ ଏକାଧିକ ଅଭିଯୋଗ କରିଥିଲେ। ସମ୍ପର୍କ ଛିନ୍ନ ହେବା ପରେ ମଧ୍ୟ ସଲମାନ୍‌ ଐଶ୍‌ଙ୍କୁ ଫୋନ୍‌ କରି ଫାଲତୁ କଥା କହୁଥିଲେ। ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ ସେ ସନ୍ଦେହ ମଧ୍ୟ କରୁଥିଲେ। ଅଭିଷେକ ବଚ୍ଚନଙ୍କଠାରୁ ଆରମ୍ଭ କରି ଶାହରୁଖ ଖାନ୍‌ ପର୍ଯ୍ୟନ୍ତ ସମସ୍ତଙ୍କ ସହ କାମ କରିଥିଲେ ଐଶ୍‌। ଏଣୁ ତାହା ଆଘାତ ଦେଉଥିଲା। ଅନେକ ଥର ସଲମାନ ତାଙ୍କ ଉପରେ ହାତ ଉଠାଇ ଦେଉଥିଲେ। ତଥାପି ଐଶ୍‌ ସେହିଭଳି ଶୁଟିଂ କରିବାକୁ ଯାଉଥିଲେ। କେବଳ ଦାଗ ନ ହେବା ଯୋଗୁ ସେ ଲୋକଲଜ୍ଜାରୁ ରକ୍ଷା ପାଉଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ କରିଥିଲେ।

Share