କ୍ୟାଟ୍ରିନାଙ୍କ ଫଟୋକୁ ଜୁମ୍‌ କରି ଦେଖନ୍ତି ସଲମାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜୋଡ଼ା ଯାଇଛି। ବାର୍ବୀ ଡଲ୍‌ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ତାଙ୍କ ଘନିଷ୍ଠତା ଥିବା ସମସ୍ତେ ଜାଣନ୍ତି। ତାଙ୍କ ପାଇଁ ସଲମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ରହିଛି । ଦେବଙ୍ଗ ଷ୍ଟାର ସଲମାନ ମଧ୍ୟ କ୍ୟାଟ୍ରିନାଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି। ସଲମାନ ଅନେକ ଥର ସ୍ବୀକାର କରିଛନ୍ତି ଯେ, କ୍ୟାଟ୍ରିନା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି କ୍ୟାରିଅରରେ ଆଗକୁ ଯିବାପାଇଁ କଠିନ ପରିଶ୍ରମ କରିଛନ୍ତି।
ତେବେ ଏକ ଶୋରେ କପିଲ ଶର୍ମା ସଲ୍‌ମାନଙ୍କୁ ପଚାରିଥିଲେ ସୋସିଆଲ ମିଡିଆରେ ଝିଅଙ୍କ ଫଟୋ ଜୁମ୍‌ କରି ଦେଖନ୍ତିି? କପିଲ ଶର୍ମାଙ୍କ ଏହି ପ୍ରଶ୍ନର ଉତ୍ତରରେ ସଲମାନ କହିଥିଲେ ଯେ, ସେ ଅନ୍ୟ କୌଣସି ଝିଅଙ୍କ ଫଟୋକୁ ଦେଖନ୍ତି ନାହିଁ, କିନ୍ତୁ କ୍ୟାଟ୍ରିନାଙ୍କୁ ଦେଖାଇ ତାଙ୍କ ଫଟୋକୁ ଦେଖେ ବୋଲି କହିଥିଲେ। ତେବେ ସଲମାନଙ୍କ ପାଖରେ ଛିଡା ହୋଇଥିବା କ୍ୟାଟ୍ରିନା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

Share