ମୁମ୍ବାଇ,୩୦।୪:ବଲିଉଡ ସୁପରଷ୍ଟାର ସଲମାନ ଖାନ୍ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ୍ ହେବା ପରେ ଦର୍ଶକଙ୍କ ଠାରେ ମିଶ୍ରଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରକାଶ କରିଛନ୍ତି। ସେ ବାପା ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ସଲମାନ କହିଛନ୍ତି, ମୁଁ ପିଲାଙ୍କୁ ବହୁତ ଭଲପାଏ। ଥରେ ସନ୍ତାନ ପାଇଁ ଇଚ୍ଛା କରିଥିଲି, ହେଲେ ଭାରତର ଆଇନ୍ ଏହାକୁ ସ୍ବୀକୃତି ଦେବ ନାହିଁ। ସ୍ତ୍ରୀ ନୁହେଁ ସନ୍ତାନ ପାଇଁ ବହୁତ ପୂର୍ବରୁ ଭାବିଥିଲି। କିନ୍ତୁ ଭାରତର ସମ୍ବିଧାନ ଅନୁଯାୟୀ ଏପରି ହୋଇପାରିବ ନାହିଁ।