ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍‌  ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ ଯୋଜନା କରିଥିଲେ। ଖବରଦାତା ସମ୍ମିଳନୀରେ ଗୁରୁବାର ପଞ୍ଜାବ ପୋଲିସ ଏହା ପ୍ରକାଶ କରିଛି। ପୋଲିସ କହିଛି, ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱିତୀୟ ଥର ସଲମାନଙ୍କୁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା। ସଲମାନଙ୍କ ଫାର୍ମହାଉସରେ ହିଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା।

ପୋଲିସ କହିଛି, ସିଦ୍ଧୁ ମୋସଓ୍ବାଲାଙ୍କୁ ହତ୍ୟା କରିବା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଦ୍ୱିତୀୟ ଥର ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପ୍ଲାନ୍‌‘ଏ’ ବିଫଳ ହେବା ପରେ ପ୍ଲାନ୍‌ ‘ବି’ ପ୍ରସ୍ତୁତ କରିଥିଲା। ଗୋଲ୍ଡି ବ୍ରାରଙ୍କ ବ୍ୟତୀତ ଅନ୍ୟ କେହି ଏହି ଯୋଜନାକୁ ଆଗେଇ ନେଉ ନ ଥିଲେ। ସଲମାନଙ୍କୁ ହତ୍ୟା କରିବା ପାଇଁ ଗୋଲ୍ଡି କପିଲ ପଣ୍ଡିତଙ୍କୁ (ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର) ଚୟନ କରିଥିଲେ। ପୋଲିସ ନିକଟରେ କପିଲଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରିଛି।

ପୋଲିସ କହିଛି, ସୁପରଷ୍ଟାର ସଲମାନଙ୍କ ଫାର୍ମହାଉସ ପାନଭେଲରେ ଅଛି। ତେଣୁ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡି ଏବଂ ଅନ୍ୟ ସୁଟରମାନେ ମୁମ୍ବାଇର ଓ୍ବେଜ୍‌ ଅଞ୍ଚଳରେ ପାନଭେଲରେ ଏକ ଭଡ଼ାଘରେ ରହିବାକୁ ଆସିଥିଲେ। ସେ ପୂରା ରାସ୍ତା ଭାଙ୍ଗିବା ପରେ ଏହି କୋଠରିକୁ ଭଡ଼ା ନେଇଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ, ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ଏହି କୋଠରିରେ ପ୍ରାୟ ଦେଢ଼ ମାସ ରହିଥିଲେ।

ତାଙ୍କ ଗ୍ୟାଙ୍ଗ ଜାଣିଥିଲା ଯେ, ସଲମାନଙ୍କ ନାମ ହିଟ୍‌ ଏବଂ ରନ୍‌ ମାମଲାରେ ଆସିବା ପରଠାରୁ ସେ ତାଙ୍କ ଗାଡ଼ିର ବେଗକୁ ବହୁତ କମ୍‌ ରଖନ୍ତି। ସେ ରିକି ସମୟରେ ମଧ୍ୟ ଜାଣିବାକୁ ପାଇଲେ ଯେ, ଯେତେବେଳେ ସଲମାନ ତାଙ୍କ ଫାର୍ମହାଉସକୁ ଆସନ୍ତି, ତାଙ୍କ ପିଏସ୍‌ଓ ଶେରା ତାଙ୍କ ସହିତ ରହିଥାଏ। ତେଣୁ ଏହି ଯୋଜନା ଫେଲ୍‌ ମାରିଥିଲା।

Share