ଏକ ନୂଆ ଫିଲ୍ମରେ ନଜର ଆସିବେ ସଲମାନ, ସ୍କ୍ରିପ୍ଟ ଶେଷ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉ କି ଫ୍ଲପ୍‌, ତାଙ୍କ ପ୍ରଶଂସକମାନେ ସଲମାନଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ତାଙ୍କର ଶେଷ ରିଲିଜ ଫିଲ୍ମ ‘କିସି କା ଭାଇ, କିସି କି ଜାନ୍‌’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା।

ଏହି ଫିଲ୍ମରେ ପୂଜା ହେଗଡେ, ଶେହନାଜ ଗିଲ୍‌ଙ୍କ ସହ ମଲ୍ଟିଷ୍ଟାର କାଷ୍ଟ କରାଯାଇଥିଲା। ବର୍ତ୍ତମାନ ଏହି ଫିଲ୍ମ ପରେ ଭାଇଜାନଙ୍କୁ କ୍ୟାଟ୍ରିନା କୈଫ୍‌ଙ୍କ ସହ ‘ଟାଇଗର -୩’ରେ ନଜର ଆସିବେ।

ନିର୍ମାତା ସାଜିଦ ନାଦିଆଦ୍‌ଓ୍ବାଲା ସଲମାନଙ୍କ ସଫଳତମ ଫିଲ୍ମ ‘କିକ୍‌-୨’ରେ ଏକ ଅପଡେଟ୍‌ ଶେୟାର କରିଛନ୍ତି। କିକ୍‌ ତାଙ୍କର ପ୍ରିୟ ଆଇପି ବୋଲି ସେ ଉଲ୍ଲେଖ କରିଛନ୍ତି। ଯେତେବେଳେ ବି ସେ ଏହି ଫିଲ୍ମର ସିକ୍ୱେଲ ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ସେ ଇଣ୍ଡଷ୍ଟ୍ରି ଏବଂ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଥା’ନ୍ତି।

Share