‘ବିଗ୍‌ବସ୍‌’ ହୋଷ୍ଟ କରିବେନି ସଲ୍‌ମାନ

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ବସ୍‌’ କହିଲେ ସମସ୍ତେ ବଲିଉଡ୍‌ ଅଭିନେତା ସଲ୍‌ମାନଙ୍କ କଥା ହିଁ ବୁଝିଥାନ୍ତି। ଦୀର୍ଘ ୮ ବର୍ଷ ଧରି ସେ ହିଁ ଏହି ଶୋ’କୁ ହୋଷ୍ଟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ହେଲେ ସେ ଏବେ ଶୋ’କୁ ହୋଷ୍ଟ କରିବେନି। ବିଗ୍‌ବସ୍‌ ୧୬ ଶୋ’ର ଶେଷ ପର୍ଯ୍ୟନ୍ତ ତାଙ୍କୁ ଆଉ ଦେଖିବାକୁ ମିଳିବନି। ଖବରୀ ରିପୋର୍ଟ ମୁତାବକ ତାଙ୍କ ବଦଳରେ କରଣ ଜୋହର ଶୋ’କୁ ହୋଷ୍ଟ କରିବେ। ଏହା ପୂର୍ବରୁ ଶୋ’ର ପ୍ରଥମରୁ ସଲ୍‌ମାନ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ କରଣ ଜୋହର ଶୋ’କୁ ହୋଷ୍ଟ କରିଥିଲେ। ଦର୍ଶକ କରଣଙ୍କ ହୋଷ୍ଟକୁ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ। ସଲ୍‌ମାନ ଫାଇନାଲ ବେଳକୁ ଶୋ’କୁ ଫେରି ଆସିବେ। ତେବେ ଜଣାପଡ଼ିଛି ଯେ ସଲ୍‌ମାନଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଛି, ଯାହା ଏ ପର୍ଯ୍ୟନ୍ତ ରିନ୍ୟୁ ହୋଇନାହିଁ।

Share