ଏତିକି ଟଙ୍କା ଫିସ୍‌ ନିଅନ୍ତି ସଲମାନଙ୍କ ଅଙ୍ଗରକ୍ଷୀ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ସହିତ ଛାଇ ଭଳି ରହୁଥାନ୍ତି ତାଙ୍କ ଅଙ୍ଗରକ୍ଷୀ ଶେରା। ସଲ୍ଲୁଙ୍କ ପରି ଶେରା ମଧ୍ୟ ଚର୍ଚ୍ଚାରେ ଥାନ୍ତି। କୁହାଯାଏ ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ମଧ୍ୟ ଶେରାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ସଲମାନ ୍‌ଅଙ୍ଗରକ୍ଷୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମକୁ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ। ଶେରା ୧୯୮୭ରେ ମିଷ୍ଟର ମୁମ୍ବାଇ ଜୁନିଅର ରହିଛନ୍ତି। ସେ ୧୯୮୮ରେ ମିଷ୍ଟର ମହାରାଷ୍ଟ୍ର ଜୁନିଅରର ଦ୍ୱିତୀୟ ରନର୍‌ ଅପ ହୋଇଥିଲେ।
ଶେରା କେବଳ ସଲମାନଙ୍କ ନୁହେଁ ବରଂ ଅନେକ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ପ୍ୟାରିସ ହିଲଟନ, ଜ୍ୟାକି ଖାନ, ମାଇକେଲ ଜ୍ୟାକ୍ସନ ଏବଂ ୱିଲ ସ୍ମିଥ ଭଳି ଜଣାଶୁଣା ନାମ ସାମିଲ ଅଛି। ଅଙ୍ଗରକ୍ଷୀ ଦାୟିତ୍ୱ ପାଇଁ ଶେରା ଅଧିକ ଅର୍ଥ ମଧ୍ୟ ପାରିଶ୍ରମିକ ନେଇଥାନ୍ତି। ଶେରା ତାଙ୍କ କାମ ପାଇଁ ବାର୍ଷିକ ୨ କୋଟି ଟଙ୍କା ନିଅନ୍ତି। ଶେରା ପ୍ରତି ମାସରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ନେଇଥାନ୍ତି। ଥରେ ଏକ ସାକ୍ଷାତକାରରେ ଶେରା ଖୋଲାଖୋଲି ଭାବେ ସଲମାନ ଖାନଙ୍କ ବିଷୟରେ କଥା ହୋଇଥିଲେ। ଶେରା କହିଥିଲେ, ସଲମାନ ମୋର ଗୁରୁ ଅର୍ଥାତ୍‌ ମୋ ଭଗବାନ, ମୁଁ ତାଙ୍କ ପାଇଁ ମୋ ଜୀବନ ମଧ୍ୟ ଦେଇପାରେ। ତୁମେ ମୋତେ ସବୁବେଳେ ମୋ ଭାଇଙ୍କ ସାମ୍ନାରେ ଠିଆ ହେବାର ଦେଖିବ, ପଛରେ କିମ୍ବା ତାଙ୍କ ସହିତ ନୁହେଁ। ମୁଁ ତାଙ୍କ ଉପରେ ପ୍ରଥମେ ଆସୁଥିବା ବିପଦକୁ ସାମ୍ନା କରିପାରିବି, ଏହି କାରଣରୁ ମୁଁ ସର୍ବଦା ଆଗରେ ଥାଏ।

Share