ସଲମାନଙ୍କ ଭାଇ ସୋହେଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଘରୁ ପଳାଇ ଯାଇ ଆର୍ଯ୍ୟ ସମାଜ ମନ୍ଦିରରେ..

ବମ୍ବେ: ବଲିଉଡ୍‌ ଅଭିନେତା ସୋହେଲ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ। ସେ ପଞ୍ଜାବୀ ହିନ୍ଦୁ ପରିବାରର। କ୍ୟାରିୟର ପାଇଁ ମୁମ୍ବାଇ ଆସିଥିବା ସମୟରେ ଶୋହେଲଙ୍କୁ ଭେଟିଥିଲେ ସେ। ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କୁ ପସନ୍ଦ କରିନେଇଥିଲେ। ହେଲେ ପରିବାରଲୋକେ ସମ୍ପର୍କକୁ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଶେଷରେ ସୀମା ଘରୁ ପଳାଇଯାଇ ଶୋହେଲଙ୍କୁ ବିବାହ କରିଥିଲେ।

ଆର୍ଯ୍ୟ ସମାଜ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା। ଏହା ପୂର୍ବରୁ ସେମାନେ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ପରିବାରଲୋକ ନିଜ ଭୂଲ ବୁଝି ଦୁହିଁଙ୍କୁ ଗ୍ରହଣ କରିଥିଲେ। ଏବେ ଉଭୟଙ୍କ ଦୁଇ ସନ୍ତାନ ନିରଓ୍ବାନ ଓ ୟୋହାନ ଅଛି।

ପେସାରେ ସୀମା ଜଣେ ଫ୍ୟାଶନ ଡିଜାଇନର। ବିଶେଷକରି ଲାଇମ୍‌ଲାଇଟ୍‌ରୁ ନିଜକୁ ଦୂରରେ ରଖୁଥିବା ସୀମା କରଣ ଜୋହରଙ୍କ ଓ୍ବେବ୍‌ ସିରିଜ ‘ ଦ ଫାବୁଲସ ଲାଇଫ୍ସ ଅଫ୍‌ ବଲିଉଡ୍‌ ଓ୍ବାଇଭ୍ସ’ରେ କାମ କରିଛନ୍ତି। ଖାନ୍‌ ପରିବାରର ବୋହୂ ମଲାଇକାଙ୍କ ପରେ ଏବେ ସୀମା କି କିମିଆ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share