ସଲମାନଙ୍କ ପ୍ରଥମ ଦରମା ଥିଲା ଏତିକି

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆଜି ୫୬ ବର୍ଷ ବୟସ ହୋଇଛି । ଏହି ବିଶେଷ ଅବସରରେ ତାଙ୍କ ପ୍ରଶଂସକ, ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ତାଙ୍କୁ ଜନ୍ମଦିନ ରେ ଅଭିନନ୍ଦନ ଜଣାଇଛନ୍ତି। ସେ ୩୦ ବର୍ଷରୁ ଅଧିକ ସମୟ ଧରି ବଲିଉଡରେ ସକ୍ରିୟ ଅଛନ୍ତି। ୫୬ ବର୍ଷ ବୟସରେ ମଧ୍ୟ ତାଙ୍କ ନାମରେ ଫିଲ୍ମ ଚାଲିଥାଏ। ଏକ ଚଳଚ୍ଚିତ୍ରରେ ତାଙ୍କର ଉପସ୍ଥିତି ଏକ ହିଟ ର ଗ୍ୟାରେଣ୍ଟି। ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ସଲମାନ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହଁନ୍ତି, ସମଗ୍ର ବିଶ୍ୱରେ ଅଛନ୍ତି।
ସଲମାନ ଫିଲ୍ମ ‘ବିବି ହୋ ତୋ ୟେସି’ ସହିତ ବଲିଉଡରେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ଏକ ସହଅଭିନେତା ଭୂମିକାରେ ଅଭିନୟ କରିଥିଲେ। ବଲିଉଡରେ ତାଙ୍କର ପ୍ରଥମ ମୁଖ୍ୟ ଭୂମିକା ଥିଲା ସୁରଜ ବଡଜାତେଙ୍କ ରୋମାଣ୍ଟିକ ଚଳଚ୍ଚିତ୍ର ମେନେ ପ୍ୟାର୍‌ କିୟା। ଏହି ଫିଲ୍ମଟି ସେତେବେଳେ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା। ସଲମାନ ମେନେ ପ୍ୟାର କିୟା ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଫିଲ୍ମ ହିଟ ହେବା ପରେ ମଧ୍ୟ ସେ କିଛି ମାସ ପର୍ଯ୍ୟନ୍ତ କାମ ପାଇ ନ ଥିଲେ।
ସଲମାନ ଖାନ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ପ୍ରଥମ ରୋଜଗାର ମାତ୍ର ୭୫ ଟଙ୍କା ଥିଲା। ମାତ୍ର ୭୫ ଟଙ୍କାରେ କାମ ଆରମ୍ଭ କରି ଆଜି ସଲମାନ କୋଟି କୋଟି ଟଙ୍କାରେ କାମ କରୁଛନ୍ତି। ଆଜି ସେ ଜଣେ ମହଙ୍ଗା ଭାରତୀୟ ଅଭିନେତା।

Share