Categories: ଜାତୀୟ

ଟାର୍ଗେଟ୍‌ରେ ସଲମାନ୍‌: ଗୋଲ୍ଡି ବ୍ରାର

ନୂଆଦିଲ୍ଲୀ,୨୭।୬: ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିବା କାନାଡାରେ ଥିବା ଗ୍ୟାଙ୍ଗଷ୍ଟର୍‌ ଗୋଲ୍ଡି ବ୍ରାର କହିଛନ୍ତି। ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଗୋଲ୍ଡି କହିଛନ୍ତି ଯେ, ଆମ ଶତ୍ରୁମାନଙ୍କ ତାଲିକାରେ ସଲମାନଙ୍କ ନଁା ରହିଛି। ସେ ଏବେ ଆମ ଟାର୍ଗେଟ୍‌ରେ। ଏକାଧିକ ଥର ତାଙ୍କ ହତ୍ୟା ଉଦ୍ୟମ କରାଯାଇଥିଲେ ସୁଦ୍ଧା ସେଗୁଡ଼ିକ ସଫଳ ହୋଇ ନାହିଁ ବୋଲି ପଞ୍ଜାବୀ ଗାୟକ ସିଦ୍ଧୁ ମୂସଓ୍ବୋଲା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋଲ୍ଡି କହିଛନ୍ତି। ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳିବା ନେଇ ଅଭିଯୋଗ ହେବା ପରେ ମାର୍ଚ୍ଚରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

Share