୨୮ଜୁନରୁ ଏହି ରାଜ୍ୟରେ ଖୋଲିବ ସେଲୁନ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ କରୋନା ସଙ୍କଟ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। କରୋନା ଲକ୍‌ଡାଉନ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଅନଲକ୍‌-୧ରେ ସରକାର କେତେକ କଟକଣା କୋହଳ କରିବା ପରେ ସାଧାରଣ ଜୀବନ ଧିରେ ଧିରେ ପୂର୍ବାବସ୍ଥାକୁ ଫେରୁଛି। ଇତିମଧ୍ୟରେ ମହାରାଷ୍ଟ୍ର ସରକାର ଜୁନ ୨୮ରୁ ସେଲୁନ ଖୋଲିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏତିପାଇଁ କେତେକ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି। ସେଲୁନରେ କେବଳ କେଶ କାଟିବାକୁ ଅନୁମତି ଦିଆଯାଇଥିବା ବେଳେ ଧାଡ଼ି କାଟିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ। ସବୁଠାରୁ ବଡ଼ କଥା ହେଲା କେଶ କାଟିବା ସମୟରେ ଉଭୟ ବ୍ୟକ୍ତି ମାସ୍କ ପିନ୍ଧିବା ନିହାତି ଜରୁରୀ।

Share