ଏତେ ବଦଳିଗଲେଣି ସମସ୍ତଙ୍କ ପ୍ରିୟ ‘ଗଙ୍ଗୁବାଇ, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ବଦଳିଗଲେଣି ଲୋକପ୍ରିୟ କମେଡି ଶୋ’ ‘କମେଡି ସର୍କସ’ରେ ନଜର ଆସିଥିବା ପ୍ରତିଭାବାନ ସଲୋନୀ ଦାଇନି ଓରଫ ଗଙ୍ଗୁବାଇ। ଏବେ ସେ ୨୦ ବର୍ଷର ହେଲେଣି। ଟ୍ରାନ୍ସଫରମେଶନ ସାଙ୍ଗକୁ ସତିଶ କୌଶିକଙ୍କ ସହ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ସଲୋନୀ ଅଛନ୍ତି ମଧ୍ୟ ଚର୍ଚ୍ଚାରେ।

ତିନି ବର୍ଷର ହୋଇଥିବା ବେଳେ ସଲୋନୀ ଅଭିନୟଜଗତରେ ନିଜର ପତିଆରା ସ୍ଥାପନ କରିଥିଲେ। ହେଲେ ସେତେବେଳେ ସେ ଅପେକ୍ଷାକୃତ ଅଧିକ ମୋଟା ଥିଲେ। ବଡ ହେବା ପରେ ମଧ୍ୟ ତାଙ୍କର ଓଜନ ହ୍ରାସ ପାଇ ନ ଥିଲା। ସେ ୮୦ କିଲୋ ଓଜନର ହୋଇଯାଇଥିଲେ। ଆଠ ମାସ ପୂର୍ବେ ସଲୋନୀ ନିଜର ୨୨ କିଲୋ ଓଜନ କମ୍‌ କରିଛନ୍ତି। ଏବେ ସେ ବେଶ ପତଳୀ ଲାଗୁଛନ୍ତି।

ପୂର୍ବରୁ ଲୋକେ ସଲୋନୀଙ୍କୁ ତାଙ୍କ ଚେହେରାକୁ ନେଇ ଚିଡାଉ ଥିଲେ। କେତେ ମୋଟି ହୋଇଛି, ପ୍ରଭୁ ସେ କେତେ ଖାଇବ, କେଉଁଦିନ ଫାଟିଯିବ ଭଳି କଥା ତାଙ୍କୁ କହୁଥିଲେ। ଏଥିରୁ ଆଗକୁ ବଢ଼ି ସେ ନିଜର ଫିଟ୍‌ନେସ ଉପରେ କାମ କରିଥିଲେ। ଲକ୍‌ଡାଉନ୍‌ ସମୟରେ ସେ ନିଜର ଖାଇବାପିଇବା ଉପରେ ଧ୍ୟାନ ଦେଉଥିଲେ। ସେ ବାହାରର ଖାଇବା ବନ୍ଦ କରିଦେଇଥିଲେ। ଏହାର ପରିଣାମ ତାଙ୍କୁ ମିଳିଛି। ସେ ଏବେ ଇନଷ୍ଟାଗ୍ରାମ ଷ୍ଟାର ପାଲଟିଛନ୍ତି।

Share