ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ ସଜ୍ଜିତ ହୋଇ ରହିଥାନ୍ତି। ପଦାର୍ଥ ଭିତରେ ଯେ କୌଣସି ଦିଗରେ ଗଲେ ଗୋଟିଏ ନିର୍ଦ୍ଦିଷ୍ଟ ଢଞ୍ଚା (ପାଟର୍ଣ୍ଣ)ର ଯୋଡ଼ି ଯୋଡ଼ି ରହିଥିବାର ଦେଖିବା। ଅବଶ୍ୟ ସବୁ ଦିଗରେ ଏକପ୍ରକାର ଢଞ୍ଚା ନଥାଏ। ଭିନ୍ନ ଭିନ୍ନ ଦିଗରେ ଢଞ୍ଚାଗୁଡିକ ଅଲଗା ଅଲଗା ଦେଖାଯାଏ। ସେହି ଢଞ୍ଚାକୁ ପଦାର୍ଥ ବିଜ୍ଞାନ ଭାଷାରେ ବେସିସ୍‌ (ଆଧାର) ବୋଲି କୁହାଯାଏ। କେତେକ ଅଣୁ ଓ ପରମାଣୁକୁ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ବେସିସ୍‌ ତିଆରି ହୋଇଥାଏ। ଆମେ ଖାଉଥିବା ଲୁଣ ଓ ହୀରା ଭିତରେ ଏପରି ଢଞ୍ଚାରହିଛି। ସେହି ପଦାର୍ଥଗୁଡିକୁ ସ୍ପଟିକ (କ୍ରିଷ୍ଟାଲ) ବୋଲି କୁହାଯାଏ। ହୀରା ହେଉଛି ପ୍ରାକୃତିକ ସ୍ପଟିକ। ତୁଷାରକଣା ମଧ୍ୟ ସ୍ପଟିକ ବର୍ଗର। ସ୍ପଟିକ ଭିତରେ କଣିକାଗୁଡିକ ଗୋଟିଏ ଗୋଟିଏ ସମତଳରେ ରହିଥାନ୍ତି। ସ୍ପଟିକର କଣିକାଗୁଡିକ ଯେଉଁ ସମତଳ ଗଠନ କରନ୍ତି ସେହି ସମତଳଗୁଡିକ ପରସ୍ପର ସମାନ୍ତର ହୋଇ ରହନ୍ତି, ଅର୍ଥାତ୍‌ ଦୁଇଟା ସମତଳ ଭିତରେ ଦୂରତା ସବୁଠି ସମାନ ରହିଥାଏ। ସ୍ପଟିକର ଦୁଇଟା ସମତଳ ଭିତରେ ଦୂରତା ଏତେ କମ୍‌ ଯେ, ଆମ ଆଖି ବାଳ ମୋଟେଇରେ ସେମିତି ହଜାର ହଜାର ସମତଳ ରହିପାରିବେ।
ଦର୍ପଣ ଉପରେ ଆଲୋକ ରଶ୍ମି ପଡ଼ିଲେ ରଶ୍ମିର ପ୍ରତିଫଳନ ହୁଏ। ସ୍ପଟିକର ସମତଳ ଉପରେ ରଞ୍ଜନ ରଶ୍ମି ପଡ଼ିଲେ ମଧ୍ୟ ପ୍ରତିଫଳିତ ହୁଏ। ସେହି ପ୍ରତିଫଳିତ ରଶ୍ମିଗୁଡିକ ସହାୟତାରେ ଦୁଇଟା ସମତଳ ଭିତରେ ରହିଥିବା ବ୍ୟବଧାନକୁ ମାପ କରିହେବ। ସେହି ମାପ ପାଇଁ ଯେଉଁ ସୂତ୍ର ଦରକାର, ସେହି ସୂତ୍ରକୁ ଉଇଲିୟମ୍‌ ହେନ୍‌ରି ବ୍ରାଗ୍‌ ଓ ଉଇଲିୟମ୍‌ ଲରେନ୍‌ସ୍‌ ବ୍ରାଗ୍‌ ନାମକ ଦୁଇ ଜଣ ପଦାର୍ଥ ବିଜ୍ଞାନୀ ବାହାର କରିଥିଲେ। ଅସଲରେ ସେ ଦୁହେଁ ବାପ-ପୁଅ। ବାପା ହେନ୍‌ରି ବ୍ରାଗ୍‌ ଓ ପୁତ୍ର ଲରେନ୍‌ସ ବ୍ରାଗ୍‌ ମିଶି ଯେଉଁ ସୂତ୍ର ବାହାର କଲେ, ତାହାକୁ ଆମେ ଆଜି ‘ବ୍ରାଗ୍‌ ନିୟମ’ ନାମରେ ଜାଣିଛୁ। ସମତଳ ବ୍ୟବଧାନ ଜଣାଥିଲେ ଏହି ନିୟମ ରଞ୍ଜନରଶ୍ମିର ତରଙ୍ଗ ଦୈର୍ଘ୍ୟ ନିରୂପଣ କରିବାରେ ସହାୟତା କରିପାରିଲା। ଯଦି ସ୍ପଟିକର ଦୁଇଟି ସମତଳ ମଧ୍ୟରେ ବ୍ୟବଧାନକୁ ଡି ଓ ରଞ୍ଜନରଶ୍ମିର ତରଙ୍ଗ ଦୈର୍ଘ୍ୟକୁ ଲାମ୍ବଡା ନିଆଯିବ ଏବଂ ସମତଳ ସହିତ ଆପତିତ ରଞ୍ଜନ ରଶ୍ମି ଥିଟା କୋଣ କରିବ, ତେବେ ବ୍ରାଗ୍‌ ନିୟମ ହେବ ‘n/lambada =2d/sin/theta’।
ନୋବେଲ୍‌ ପୁରସ୍କାର କଥା ଆମେ ସମସ୍ତେ ଜାଣିଛୁ। ୧୯୦୧ ମସିହାରୁ ଏହି ପୁରସ୍କାର ଦିଆଯାଇ ଆସୁଛି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସାଶାସ୍ତ୍ର, ସାହିତ୍ୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାଧାରଣରେ ଯାହା ଲକ୍ଷ୍ୟକରୁ, ନୋବେଲ୍‌ ବିଜେତାଙ୍କର ବୟସ ୪୦-୫୦ ବର୍ଷରୁ କମ୍‌ ହୋଇ ନଥାଏ। କିନ୍ତୁ ଉଇଲିୟମ୍‌ ଲରେନ୍‌ସ ବ୍ରାଗ୍‌ ମାତ୍ର ୨୫ ବର୍ଷ ବୟସରେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେିତ ହୋଇଥିଲେ। ସେ ୧୮୯୦ ମସିହା ମାର୍ଚ୍ଚ ୩୧ ତାରିଖରେ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୦୮ ମସିହାରେ ଗ୍ରାଜୁଏଶନ୍‌ କରିବା ପରେ ଇଂଲଣ୍ଡର କେମ୍ବ୍ରିଜ୍‌ ଟ୍ରିନିଟି କଲେଜରେ ଗଣିତରେ ନାମ ଲେଖେଇଥିଲେ। କାରଣ ଗଣିତ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ରହିଥିଲା। କିନ୍ତୁ ତାଙ୍କର ପିତା ଉଇଲିୟମ୍‌ ହେନ୍‌ରି ବ୍ରାଗ୍‌ ଥିଲେ ସେତେବେଳର ଜଣେ ବିଖ୍ୟାତ ପଦାର୍ଥ ବିଜ୍ଞାନୀ। ବାପାଙ୍କ କଥାରେ ସେ ଗଣିତ ବଦଳରେ ପଦାର୍ଥ ବିଜ୍ଞାନରେ ଏମ୍‌. ଏସ୍‌ଏସ୍‌ସି. (ସ୍ନାତକୋତର) କଲେ। ଲରେନ୍‌ସ ୧୯୧୨ ମସିହାରେ ବ୍ରିଟିଶ୍‌ ପଦାର୍ଥ ବିଜ୍ଞାନୀ ଯୋଶେଫ୍‌ ଜନ୍‌ ଟମସନ୍‌ଙ୍କ ନିର୍ଦ୍ଦେଶନାରେ ଗବେଷଣା ଆରମ୍ଭ କଲେ। ସେତେବେଳକୁ କ୍ରିଷ୍ଟାଲ୍‌ ପୃଷ୍ଠରେ ରଞ୍ଜନରଶ୍ମି ପକେଇ ଜର୍ମାନୀ ପଦାର୍ଥ ବିଜ୍ଞାନୀ ମାକ୍‌ସ୍‌ ଥିଓଡୋର୍‌ ଫେଲିକ୍‌ସ୍‌ ବନ୍‌ ଲାଉ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିସାରି ଥାଆନ୍ତି। ତାହାରି ଉପରେ ଲରେନ୍‌ସ୍‌ ବ୍ରାଗ୍‌ ଓ ତାଙ୍କର ବାପା ହେନ୍‌ରି ବ୍ରାଗ୍‌ ଅଧିକ ଗବେଷଣା ଆରମ୍ଭ କଲେ। ପିତାପୁତ୍ରଙ୍କର ଲକ୍ଷ୍ୟ ଥିଲା ଲାଉଙ୍କ ଦ୍ୱାରା ଆବିଷ୍କୃତ ତଥ୍ୟକୁ ଗାଣିତିକ ରୂପ ଦେବା ଓ ସରଳ ଭାବରେ ଉପସ୍ଥାପନା କରିବା। ସେମାନେ ସଫଳତାର ସହିତ ତା’ ଉପରେ ଏକ ସହଜ ସୂତ୍ର ବାହାର କଲେ, ଯାହାର ନାମ ‘ବ୍ରାଗ୍‌ ନିୟମ’। ରଞ୍ଜନରଶ୍ମିକୁ ନେଇ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ଆବିଷ୍କାର ନିମନ୍ତେ ବ୍ରାଗ୍‌ ପିତାପୁତ୍ରଙ୍କୁ ୧୯୧୫ ମସିହାର ଗୌରବମୟ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ନୋବେଲ୍‌ ପୁରସ୍କାର ଘୋଷଣା ଶୁଣିବା ପରେ ଲରେନ୍‌ସ୍‌ ପ୍ରଥମେ ତାଙ୍କର ପିତାଙ୍କୁ କୃତଜ୍ଞତା ଜଣାଇଥିଲେ। କାରଣ ତାଙ୍କ ପିତା ଯଦି ଠିକ୍‌ ସମୟରେ ତାଙ୍କୁ ଠିକ୍‌ ପରାମର୍ଶ ଦେଇ ନଥାନ୍ତେ, ତେବେ ପଦାର୍ଥ ବିଜ୍ଞାନ ନ ପଢ଼ି ସେ ଗଣିତ ପଢ଼ିଥାଆନ୍ତେ। ଶୁଦ୍ଧ ଗଣିତଶାସ୍ତ୍ର ପାଇଁ ନୋବେଲ୍‌ ପୁରସ୍କାର ଦିଆଯାଏ ନାହିଁ। ତେଣୁ ବାପାଙ୍କ କଥା ମାନି ନଥିଲେ ଲରେନ୍‌ସ୍‌ ବ୍ରାଗ୍‌ ହୁଏତ ଏତେ କମ୍‌ ବୟସରେ ବା ଆଦୌ ନୋବେଲ୍‌ ପୁରସ୍କାର ପାଇ ପାରି ନଥାନ୍ତେ।

ଡ. କମଳାକାନ୍ତ ଜେନା
-ପ୍ରାଧ୍ୟାପକ, ସ୍ନାତକୋତର ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ଅଟୋନମସ କଲେଜ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଫିଟ୍‌ ରହିବା ପାଇଁ…

ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri