ବାଲେଶ୍ୱର ଅଫିସ,୧୮।୧: ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତର ନୂତନ ରେଶନ ସାମଗ୍ରୀ ବଣ୍ଟନ ଅନୁମତି ପାଇଥିବା ଏସଏଚ୍‌ଜିକୁ ବିରୋଧ କରି ସଲ୍ଟ ରୋଡ୍‌ ଅବରୋଧ କରାଯାଇଛି । ଅଭିଯୋଗକାରୀମାନେ ହନୁମାନ ଏସ୍‌ଏଚ୍‌ଜିକୁ କୌଣସି କାରଣ ନ ଥାଇ ପରିବର୍ତ୍ତନ କରିବା ରାଜନୈତିକ ହୀନ ଉଦ୍ଦେଶ୍ୟ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନୂତନ ଭାବରେ ରେଶନ ସାମଗ୍ରୀ ବଣ୍ଟନ ଅନୁମତି ପାଇଥିବା ଏସ୍‌ଏଚ୍‌ଜି ପୂର୍ବରୁ ଲୋକମାନଙ୍କୁ ରାଶନ ସାମଗ୍ରୀ ସମୟସୀମା ଭିତରେ ନ ଦେବା ସହିତ ଚଞ୍ଚକତା କରି ହଡ଼ପ କରିବା ଭଳି ଅଭିଯୋଗ ଆଣିଛନ୍ତି।

Share