ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି

ଚାନ୍ଦବାଲି,,୧୬।୧୦(ଅଶୋକ କୁମାର ପଣ୍ଡା):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି ରହିଛି। ନଦୀକୂଳିଆ ଗାଁର ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୁରୁଷ ପୁରୁଷ ଧରି ବସବାସ କରୁଥିବା ଲୋକଙ୍କ ଜୀବନ ଓ ଜୀବିକା ଏବେ ବିପଦ ମୁହଁରେ। ବିଭିନ୍ନ ସମୟରେ କୁମ୍ଭୀର ଆତଙ୍କ, ସାମୁଦ୍ରିକ ଲୁଣାପାଣି ପ୍ରଭାବରେ ଧାନ ଓ ରବିଚାଷ କ୍ଷତିଗ୍ରସ୍ତ ହେବା, ନଦୀବନ୍ଧ ଧସିବା, ନଦୀ ଗତିପଥର ପରିବର୍ତ୍ତନ ଯୋଗୁ ଗାଁ ଆଡ଼କୁ ନଦୀ ମାଡ଼ି ଆସିବା ଭଳି ଘଟଣା ଲାକଙ୍କୁ ଭୟଭୀତ କରୁଛି।
ଭୟରେ ଚାଷୀ ନଦୀକୂଳିଆ ଜମିରେ ଧାନ ଚାଷ ମଧ୍ୟ ଛାଡ଼ି ଦେଲେଣି। ଲୋକେ ଗାଁ ପାଖ ପୋଖରୀରେ ବାସନ ମାଜିବା, ଗାଧୋଇବା, ଜାଲରେ ମାଛ ଧରିବା ଏପରିକି ଚାଷଜମିକୁ ପାଣି ମଡ଼ାଇବାକୁ ଆଉ ନିରାପଦ ମଣୁନାହାନ୍ତି। ନଦୀହୁଡ଼ାରେ ଘାସ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ପରି ଗୃହପାଳିତ ପ୍ରାଣୀଙ୍କୁ କୁମ୍ଭୀର ଟାଣି ନେବା ଏକ ନିତିଦିନିଆ ଘଟଣା ପାଲଟିଛି। ଦୁର୍ବଳ ଲୁଣାବନ୍ଧ କାରଣରୁ ଜୁଆରରେ ସାମୁଦ୍ରିକ ଲୁଣାପାଣି ମାଡ଼ି ଆସିବା ଦ୍ୱାରା ଚଡ଼ଦିଆ, ନଳଗୋହିରା, ବାଂଶଡ଼ା, ଧାମରା, ଓରାସାହି, ବିଜୟନଗର ପରି କେତେକ ନଦୀକୂଳିଆ ପଞ୍ଚାୟତର ଚାଷଜମିରେ ଲୁଣାମାଡ଼ି ଯାଉଥିବାରୁ ଚାଷ କ୍ଷତିଗ୍ରସ୍ତ ହେଉଛି। ବର୍ଷାଦିନେ ନଦୀକୂଳିଆ ଅଞ୍ଚଳରେ ନଦୀବନ୍ଧ ଧସିବା, ଦବିଯିବା ସହ ଫାଟ ସୃଷ୍ଟି ହେଉଛି।
ସାଠିବାଙ୍କୁଡ଼ା, ଦୋହରାପାଟଣା, ସୁନ୍ଦରପୁର ଆଦିଗାଁରଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସମସ୍ତ ନଦୀକୂଳିଆ ଗଁା ପ୍ରତି ବିପଦ ଦେଖାଗଲାଣି। କେତେବେଳେ ଯେ ଗାଁର ନଦୀ ଅଁାରେ ଲୀନ ହୋଇଯିବ, ସେଇ ଆଶଙ୍କାରେ ଲୋକଙ୍କ ମନରେ ଭୟ ରହୁଛି। ବିଭିନ୍ନ ସମୟରେ ନଦୀ ଖାଇଯିବା ଫଳରେ ଅତଡ଼ା ଖସି ମନ୍ତେଇ ନଦୀକୂଳ ନିକଟ କନକପଲ୍ଲୀ, ହରିଶପୁର, ଶୈଳେନ୍ଦ୍ରପଲ୍ଲୀ, ଝାଡ଼କାଟି, ଗୋବିନ୍ଦପୁର, ସାଳନ୍ଦୀ ନଦୀକୂଳରେ ଅଣୁଖାସାହି, ହେଙ୍ଗୁପତି, ଖଟୁଆସାହି, ଧାନଖଣିଆ, ପାଲଟପୁର, ମୁହାଁ, ବୈତରଣୀ ନଦୀ କୂଳବର୍ତ୍ତୀ କୁଲିବିନ୍ଧା, ଗୁଆଳିବିନ୍ଧା, ସାନହରିପୁର ପରି କେତେକ ଗାଁର ପ୍ରତି ବିପଦ ଦେଖାଯାଇଛି। କୁମ୍ଭୀର ଆତଙ୍କ, ଲୁଣାପାଣି ଯୋଗୁ ଚାଷ ପ୍ରଭାବିତ, ଭୂସ୍ଖଳନ ଆଦି ବିପଦକୁ ନେଇ ନଦୀକୂଳିଆବାସୀ ଆଶଙ୍କାରେ ଦିନ କାଟୁଛନ୍ତି।
ଲୁଣାପାଣି ମାଡ଼ି ଚାଷଜମି ପ୍ରଭାବିତ ହେଉଥିବାରୁ ଯୋର ଓ ନାଳରେ ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ ଜମିକୁ ଲୁଣାପାଣି ମାଡ଼ିପାରନ୍ତା ନାହିଁ। ସେହିପରି ଧସିଥିବା ସ୍ଥାନରେ ପଥରପ୍ୟାକିଂ କରାଯିବାକୁ ବାରମ୍ବାର ଦାବି କରାଯାଉଛି। ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ ଥିବାରୁ ବ୍ୟାରିକେଡ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି ବୋଲି ତେନ୍ତୁଳିଡିହ ଅଞ୍ଚଳର ସାମାଜିକ କର୍ମୀ ପ୍ରବୀର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ହଟିବ ଅଦରକାରୀ…

ଭୁବନେଶ୍ୱର,୧୬ା୧୦: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

କାହିଁକି ବିଜେଡି ଛାଡୁଛନ୍ତି ନେତା, ଭିତିରି କଥା କହିଦେଲେ ସନ୍ତୃପ୍ତ

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ସନ୍ତୃପ୍ତ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ, ଯୋଗାଯୋଗରେ ବହୁ ଭାଜପା ନେତା…

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ…

ଭୁବନେଶ୍ୱର,୧୬।୧୦: ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ। ଖୋଲାଖୋଲି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ବଡ଼ ବୟାନ ଦେଇଛନ୍ତି ଦେବାଶିଷ। ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ...

ଆସୁଛି ବଡ଼ ବାତ୍ୟା! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ…

ଭୁବନେଶ୍ୱର,୧୬।୧୦: ପୁଣି ଡରାଇଲାଣି ଅକ୍ଟୋବର ମାସ। ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri