Posted inଜାତୀୟ

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’

ଭୋପାଳ, ୨୩।୧୦: ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ ଥାନାରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ସହ ତ୍ରିରଙ୍ଗାକୁ ୨୧ଥର ସାଲ୍ୟୁଟ୍‌ କରିଛନ୍ତି। ତାଙ୍କୁ ଏହି ସର୍ତ୍ତରେ ହାଇକୋର୍ଟ ଜାମିନ ଦେଇଥିଲେ।
ଜିନ୍ଦାବାଦ୍‌ ଓ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍‌ର ସ୍ଲୋଗାନ ଦେଇଥିବା ନେଇ ମଧ୍ୟପ୍ରଦେଶର ରାୟସେନ୍‌ ନିବାସୀ ଫୈଜଲ ଓରଫ ଫୈଜାନଙ୍କ ନାମରେ ଅଭିଯୋଗ ରହିଥିଲା। ଗତ ମେ’ ୧୭ରେ ମିସ୍‌ରୌଦ ପୋଲିସ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରଥିଲା। ପୋଲିସ ଫୈଜଲଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଚାର୍ଜଶିଟକୁ ଟ୍ରାଏଲ କୋର୍ଟରେ ଉପସ୍ଥାପନ କରିଥିଲା। ଟ୍ରାଏଲ କୋର୍ଟରେ ଫୈଜଲଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ସରକାରୀ ଓକିଲ ସି.କେ. ମିଶ୍ରା ଏକ ଭିଡିଓ କ୍ଲିପ୍‌କୁ ଉପସ୍ଥାପନ କରିଥିଲେ। ଅଭିଯୁକ୍ତ ଯୁବକ ବିବାଦୀୟ ସ୍ଲୋଗାନ ଦେଉଥିବା ନେଇ ଭିଡିଓରୁ ସ୍ପଷ୍ଟ ହୋଇଥିଲା। ଶୁଣାଣି ସମୟରେ ସରକାରୀ ଓକିଲ ମିଶ୍ରା କହିଥିଲେ, ଅଭିଯୁକ୍ତ ଜଣଙ୍କ ଯେଉଁ ଦେଶରେ ଜନ୍ମ ହୋଇଛନ୍ତି, ଯେଉଁଠାରେ ବଡ଼ ହୋଇଛନ୍ତି, ତାହା ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଯଦି ଫୈଜଲ ଭାରତରେ ସନ୍ତୁଷ୍ଟ ନାହାନ୍ତି, ତେବେ ଭଲ ହେବ ଯେଉଁ ଦେଶ ସପକ୍ଷରେ ସେ ସ୍ଲୋଗାନ ଦେଇଛନ୍ତି, ସେହି ଦେଶକୁ ଚାଲିଯାଆନ୍ତୁ। ଶୁଣାଣି ପରେ ହାଇକୋର୍ଟ ଫୈଜଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜଷ୍ଟିସ୍‌ ଦିନେଶ କୁମାର ପାଲିବାଲଙ୍କ ଖଣ୍ଡପୀଠ ଫୈଜଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହ ନିର୍ଦ୍ଦେଶ ଦେଇଥିଲେ, ଟ୍ରାଏଲ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ପ୍ରଥମ ଓ ଚତୁର୍ଥ ମଙ୍ଗଳବାର ଫୈଜଲଙ୍କୁ ମିସ୍‌ରୌଦ ଥାନାରେ ଥିବା ତ୍ରିରଙ୍ଗାକୁ ୨୧ ଥର ସାଲ୍ୟୁଟ କରିବା ସହ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେବାକୁ ପଡ଼ିବ। ଭୋପାଳ ପୋଲିସ କମିଶନରଙ୍କୁ ଏହି ସର୍ତ୍ତ ପାଳନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ମଙ୍ଗଳବାର ଫୈଜଲକୁ ମିସ୍‌ରୌଦ ଥାନା ଅଣାଯାଇଥିଲା ଏବଂ ସେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ସହ ୨୧ ଥର ତ୍ରିରଙ୍ଗାକୁ ସାଲ୍ୟୁଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ମହାଁମୁହିଁ ହେବେ ମୋଦି-ଜିନ୍‌ପିଙ୍ଗ: ଦେଖିବ ସାରା ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ ରୁଷର କଜାନରେ ଆୟୋଜିତ ହେଉଛି। ଏହାହା ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଜି ଏକ...

ଲଗାତର ବୋମା ଧମକ: ଆଉ ୫ ସ୍କୁଲ, ୭୯ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ହୋକ୍ସ କଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୨୩ା୧୦:ସପ୍ତାହେ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୧୬୦ରୁ ଊର୍ଦ୍ଧ୍ୱ ବିମାନକୁ ବୋମା ଧମକ ମିିଳିବା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ବିଭିନ୍ନ ସ୍କୁଲକୁ ଉଡ଼ାଇଦେବା ପାଇଁ ଇ-ମେଲ୍‌...

ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍‌ ବୋତଲ...

ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ...

ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି

ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ...

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri