ଓପନ ଏଆଇକୁ ଫେରିଲେ ସାମ୍‌ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା

ଓ୍ବାଶିଂଟନ୍‌,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍‌ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ସାମ୍‌ ସିଇଓ ଓ ଗ୍ରେଗ୍‌ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ ଫେରୁଛନ୍ତି। ଏଥିପାଇଁ ଏକ ନୂଆ ବୋର୍ଡ ଗଠନ କରାଯାଇଛି।
ସୂଚନାଯୋଗ୍ୟ, ଅଓପଏଆଇ ଛାଡିବା ପରେ ସାମ୍‌ ମାଇକ୍ରୋସଫ୍ଟରେ ଯୋଗ ଦେବା ନେଇ କୁହାଯାଉଥିଲା। ଏପରିକି ସତ୍ୟା ନାଡେଲା ଏସମ୍ପର୍କରେ ଟ୍ବିଟ୍‌ କରିଥିଲେ। ଏହାପରେ ସାମ୍‌ ପୁଣିଫେରିବା ନେଇ ସତ୍ୟା ନାଡେଲାଙ୍କ ହାତ ଥିବା କୁହାଯାଉଛି। ତେବେ ସାମ୍‌ ଏ ବିଷୟରେ ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି। ସେ ସତ୍ୟାଙ୍କ ଯୋଗୁ ପୁଣି ଫେରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

Share