Categories: ଖେଳ

ନିଲାମ ପୂର୍ବଦିନ ରାତିରେ ଶୋଇପାରି ନ ଥିଲି: ସାମ୍‌ କୁରାନ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୩ ଲାଗି ଶୁକ୍ରବାର ଅନୁଷ୍ଠିତ ମିନି ଅକ୍ସନରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ ଇଂଲଣ୍ଡର ସାମ୍‌ କୁରାନ୍‌। ଅନେକ ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ହେଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮.୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା। ତେବେ ଏବେ ଟୁର୍ନାମେଣ୍ଟ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହେବା ପରର ପ୍ରତିକ୍ରିୟା ଦେଇଛି କୁରାନ୍‌।

କୁରାନ୍‌ ଷ୍ଟାର ସ୍ପୋଟ୍ସର ଶୋ’ ‘କ୍ରିକେଟ ଲାଇଭ୍‌-ଅକ୍ସନ ସ୍ପେଶାଲ’ରେ କହିଛନ୍ତି, ମୁଁ ନିଲାମ ପୂର୍ବ ରାତିରେ ଶୋଇପାରି ନ ଥିଲି। ନିଲାମ କିଭଳି ହେବ ତାହା ଭାବି ସାମାନ୍ୟ ଉତ୍ସାହିତ ଥିଲି। ହେଲେ ବହୁତ ଖୁସି ଅଛି ଏବଂ ଅଭିଭୂତ ଅଛି ଯେ ମୋତେ ଏତେ ଟଙ୍କାରେ କିଣାଯାଇଛି। କହିବାକୁ ଗଲେ ମୁଁ ଏହି ରାଶିର କଳ୍ପନା କରି ନ ଥିଲି ବୋଲି କହିଛନ୍ତି।

ଏହାଛଡ଼ା ୨୪ ବର୍ଷର ଏହି ଅଲରାଉଣ୍ଡର ପଞ୍ଜାବ ଟିମ୍‌କୁ ଫେରି ଖୁସିବ୍ୟକ୍ତ କରିଛନ୍ତି। କାରଣ ସେ ୨୦୧୯ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଲାଗି ଆଇପିଏଲ୍‌ ଡେବ୍ୟୁ କରିଥିଲେ। ଏହା ପଞ୍ଜାବ ଟିମ୍‌ର ପୂର୍ବନାମ ଥିଲା। ପୁଣିଥରେ ସେହି ଟିମ୍‌କୁ ୪ ବର୍ଷ ପରେ ଫେରିବା ଖୁସିର କଥା ବୋଲି ସେ କହିବା ସହ ସେଠାରେ ଇଂଲଣ୍ଡର କିଛି ସାଥୀଙ୍କ ସହ ରହିବେ ବୋଲି କହିଛନ୍ତି।

Share