ଆଇପିଏଲ୍ ୨୦୨୧ କରୋନା ଯୋଗୁ ସ୍ଥଗିତ ରହିଛି। ଟୁର୍ନାମେଣ୍ଟ ସ୍ତଗିତ ହେବାରେ ଖେଳାଳିମାନେ ନିଜ ଘରକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି କ୍ରମରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ସାମ କରନ ମଧ୍ୟ ଅଷ୍ଟ୍ରେଲିଆରେ ଅଛନ୍ତି। ସୋସିଆଲ ମିଡିଆରେ ସେ ନିଜ ଗର୍ଲଫ୍ରେଣ୍ଡ ଇସାବେଲ୍ ସାୟମଣ୍ଡ ଭିଲମୋଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଚା, କ୍ଷମା କରିବ ଆଜି ମୁଁ ସେଠାରେ ନାହିଁି। ଆଶା କରୁଛି ଆଜି ଦିନ ତୁମ ପାଇଁ ଖାସ୍ ରହିବ। ତୁମକୁ ଦେଖିବା ପାଇଁ ବ୍ୟାକୁଳ ଅଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ସରକାରଙ୍କ ପତିବନ୍ଧକ ଯୋଗୁ ଖେଳାଳିମାନେ ନିଜ ଦେଶକୁ ଯାଇପାରୁ ନାହାନ୍ତି। ମେ ୧୫ ପରେ ଅଷ୍ଟ୍ରେଲିଆ ସୀମା ଖୋଲାଯିବ।