ସେମ ହେମ୍ବ୍ରମନୂତନ ଜିଲା କଂଗ୍ରେସ ସଭାପତି ନିଯୁକ୍ତ

ଦେବଗଡ,୧୦।୬: ଦେବଗଡ ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ପୂର୍ବତନ ଜିଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମ ନିଯୁକ୍ତ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ ଅଖିଳ ଭାରତୀୟ କଂଗ୍ରେସ କମିଟି ହେମ୍ବ୍ରମଙ୍କୁ ଦେବଗଡ ଜିଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ , ହେମ୍ବ୍ରମ ପୂର୍ବରୁ ପ୍ରଦେଶ କଂଗ୍ରେସ ସମ୍ପାଦକ ଭାବେ ମଧ୍ୟ ସୁଚାରୁରୂପେ କାର୍ଯ୍ୟ ତୁଲାଇ ସାରିଛନ୍ତି । ଜିଲା କଂଗ୍ରେସ କମିଟୀର ନୂତନ ସଭାପତି ପଦ ମିଳିବା ପରେ ଜିଲା କଂଗ୍ରେସର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।