Categories: ଜାତୀୟ

ଆଜମ ଖାନଙ୍କ ଘରେ ଆୟକର ଚଢାଉ

ଲକ୍ଷ୍ନୌ,୧୩।୯: ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଜୌହର ଟ୍ରଷ୍ଟରେ ହୋଇଥିବା ଅନିୟମିତତା ପାଇଁ ଆଜମ ଖାନଙ୍କ ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁର ଏବଂ ଲକ୍ଷ୍ନୌରେ ସକାଳୁ ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ, ଛଅ ମାସ ପୂର୍ବେ ଆୟକର ବିଭାଗ ପୂର୍ବତନ ମନ୍ତ୍ରୀ ଆଜମ ଖାନ, ତାଙ୍କ ପତ୍ନୀ ଜଞ୍ଜିନ ଫତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କ ଆୟକର ଆଫିଡେଭିଟ୍‌ ପୁଣିଥରେ ଯାଞ୍ଚ ଆରମ୍ଭ କରିଥିଲା। ବାସ୍ତବରେ ବିଧାନସଭା ନିର୍ବାଚନ ସମୟରେ ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ଦ୍ୱାରା ଦାଖଲ ହୋଇଥିବା ଆୟକର ଆଫିଡେଭିଟ୍‌ରେ ଅନେକ ଅନିୟମିତତା ଦେଖିବାକୁ ମିଳିଥିଲା।

Share