Categories: ଜାତୀୟ

ୟୁପିରେ ଅପରାଧୀ କରୁଛନ୍ତି ତାଣ୍ଡବ, ମୁଖ୍ୟମନ୍ତ୍ରୀ ରାମ ନାମ ସତ୍ୟ ଜପୁଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତ ଭୁଶୁଡି ପଡିଛି। ଏଠାରେ ଅପରାଧୀ ତାଣ୍ଡବ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ନାମ ସତ୍ୟ ଜପୁଥିବା କହିଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବାବେଳେ ରାଜ୍ୟରେ ହତ୍ୟା, ଲୁଟ୍‌ ଏବଂ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାଜପା ଉତ୍ତର ପ୍ରଦେଶକୁ ଅପରାଧ ପ୍ରଦେଶ ପରିଣତ କରିଦେଇଥିବା ଅଖିଳେଶ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭିଭିଆଇପି ଅଞ୍ଚଳ ଗୋରଖପୁରରେ ପ୍ରତି ତୃତୀୟ ଦିନରେ ଜଣ ହତ୍ୟା କରାଯାଉଛି। ସେଠାରେ କ୍ରାଇମଗ୍ରାଫ୍‌ ବଢି ବଢି ଯାଉଛି। ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ସେ କହିଛନ୍ତି।

Share