Categories: ଜାତୀୟ

ଅଖିଳେଶଙ୍କ ସହ ନଜର ଆସିଲେ ଉମେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୮।୨: ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାକତ ଖାନ୍‌ଙ୍କ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଫଟୋରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସଦାକତ ଖାନ୍‌ଙ୍କ ସହ ନଜର ଆସିଛନ୍ତି। ଅଖିଳେଶ ଯାଦବଙ୍କ ସହ ଉମେଶ ହତ୍ୟା ମାମଲାର ମାଷ୍ଟରମାଇଣ୍ଡର ଫଟୋ ସାମ୍ନାକୁ ଆସିବା ପରେ ବାକ୍‌ ଯୁଦ୍ଧ ଆରମ୍ଭ ହେବା ସହ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ଏହି ଫଟୋଗୁଡ଼ିକୁ ନେଇ ଏସ୍‌ପିର ରାଷ୍ଟ୍ରିୟ ମହାସଚିବ ଶିବପାଲ ଯାଦବଙ୍କ ପଚରାଯିବାରୁ ସେ କୌଣସି ଉତ୍ତର ଦେଇନାହାଁନ୍ତି। ସେ ଏହି ପ୍ରଶ୍ନକୁ ଏଡାଇ ଦେଇଥିବାର ନଜର ଆସିଛନ୍ତି।

Share