Categories: ଜାତୀୟ

‘ଇଣ୍ଡିଆ’ର ବୈଠକ ପରେ ଖାସ୍‌ ଫଟୋ ଶେୟାର କଲେ ଅଖିଳେଶ

ଲକ୍ଷ୍ନୌ,୧୯।୭: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ସମ୍ପର୍କରେ କହିଛନ୍ତି, ଭାରତୀୟ ଇତିହାସ ଏହି ଦିନକୁ ଦେଶପ୍ରେମ ତଥା ସକରାତ୍ମକ ରାଜନୀତିର ‘ବେଙ୍ଗାଲୁରୁ ଆନ୍ଦୋଳନ’ର ଦିନ ଭାବେ ମନେ ରହିବ।

୨୬ ବିରୋଧୀ ଦଳର ବୈଠକରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନରେ ଶାସକ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ସହ ମୁକାବିଲା କରୁଥିବା ବିରୋଧୀ ଦଳକୁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ (ଇଣ୍ଡିଆ) ନାମ ଦିଆଯାଇଛି। ଏସପି ମୁଖ୍ୟ ଏକ ଟୁଇଟ୍‌ କହିଛନ୍ତି, ଭାରତୀୟ ଇତିହାସ ଏହି ଦିନକୁ ବେଙ୍ଗାଲୁରୁ ଦେଶପ୍ରେମ ତଥା ସକରାତ୍ମକ ରାଜନୀତିର ଆନ୍ଦୋଳନ ଦିନ ଭାବେ ମନେ ରଖିବ।

Share