Categories: ଜାତୀୟ

ଟିକେଟ ନ ମିଳିବାରୁ ପାର୍ଟି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ,୧୬।୧: ଟିକେଟ ନ ମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି ଅଫିସ ସମ୍ମୁଖରେ। ଆଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି।

ସୂଚନା ଯୋଗ୍ୟ, ସମାଜବାଦୀ ନେତା ଆଦିତ୍ୟ ନିର୍ବାଚନ ଲଢିବେ ବୋଲି ଆଶା ରଖିଥିଲେ। ଏପରିକି ଦଳ ପକ୍ଷରୁ ମଧ୍ୟ ତାଙ୍କୁ ଟିକେଟ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା। ହେଲେ ଶେଷରେ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ଆଦିତ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

Share