ଏସ୍‌ପି ନେତା ଆଜମ ଖାଁ ଗୁରୁତର

ଲକ୍ଷ୍ନୌ,୨୯।୫: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ସ୍ଥିତ କୋଭିଡ ଆଇସିୟୁରେ ସେ ଭର୍ତ୍ତି ଥିବା ବେଳେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଆଜମ ଓ ତାଙ୍କ ପୁଅ ମହମ୍ମଦ ଅବଦ୍ଦୁଲା କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଦୁଇଜଣଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବଦ୍ଦୁଲା ସୁସ୍ଥ ହୋଇଯାଇଥିବା ବେଳେ ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆଜମଙ୍କ ଫୁସ୍‌ଫୁସ୍‌ରେ ଫାଇବ୍ରୋସିସ୍‌ ଓ କେବିଟି ଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଅକ୍ସିଜେନ ସ୍ତର କମିଯିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖାଦେଇଛି।

Share