Categories: ଜାତୀୟ

୨୭ ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାଁ

ନୂଆଦିଲ୍ଲୀ,୨୦ ।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁ ଶୁକ୍ରବାର ସୀତାପୁର ଜେଲରୁ ବାହାରିଛନ୍ତି । ୨୭ ମାସ ଜେଲରେ ଥିବା ଆଜମ ଖାଁଙ୍କୁ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି ।

ସୁପ୍ରିମକୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିବା ପରେ ଗୁରୁବାର ରାମପୁରର ଏକ ସ୍ୱତନ୍ତ୍ର କୋର୍ଟ ଆଜମ ଖାଁଙ୍କ ମୁକ୍ତି ପାଇଁ ସୀତାପୁର ଜେଲ ପ୍ରଶାସନକୁ ଏକ ଚିଠି ପଠାଇଥିଲେ । ଅନ୍ୟପକ୍ଷରେ, ଆଜମ ଖାଁ ମୁକ୍ତି ସମୟରେ ସୀତାପୁର ଜେଲ ବାହାରେ ସୁରକ୍ଷା କଡାକଡି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆଜମ ଖାଁ ସୀତାପୁରରୁ ସିଧାସଳଖ ରାମପୁର ଯିବେ ।
ଆଜମ ଖାଁ ଜେଲରୁ ବାହାରିବା ପୂର୍ବରୁ ତାଙ୍କୁ ରିସିଭ କରିବାକୁ ଶିବପାଲ ସିଂ ଯାଦବ, ସମାଜବାଦୀ ପାର୍ଟି ବିଧାୟକ ତଥା ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ଆଶୁ ମଲିକ ସୀତାପୁର ଜେଲରେ ପହଞ୍ଚିଥିଲେ । ବିଲାରିର ସମାଜବାଦୀ ପାର୍ଟି ବିଧାୟକ ମହମ୍ମଦ ଫହିମ ବି ଅବଦୁଲ୍ଲା ଆଜମଙ୍କ ସହ ପହଞ୍ଚିଥିଲେ । ଆଜମଙ୍କ ପୁଅ ଅବଦୁଲ୍ଲା କହିଛନ୍ତି ସୁପ୍ରିମକୋର୍ଟ ତାଙ୍କୁ ନ୍ୟାୟ ଦେଇଛନ୍ତି ।

Share