ଲକ୍ଷ୍ନୌ,୧୭।୭: ସମାଜବାଦୀ ପାର୍ଟି(ଏସପି) ବିଧାୟକ ଦାରା ସିଂ ଚୌହାନ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ର ହାତ ଧରିଛନ୍ତି। ପ୍ରଦେଶ ମୁଖ୍ୟାଳୟରେ ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଚୌଧୁରୀ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ଏହାପୂର୍ବରୁ ସେ ଉତ୍ତରପ୍ରଦେଣ ବିଧାନସଭାର ବାଚସ୍ପତି ସତୀଶ ମହାନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଦାରା ସିଂ ଚୌହାନ ଏସପି ଟିକେଟରେ ମଉର ଘୋସି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
ଶନିବାର ଇ-ମେଲ ମାଧ୍ୟମରେ ସେ ତାଙ୍କ ଇସ୍ତଫା ପତ୍ର ମଧ୍ୟ ପଠାଇଥିଲେ। କୁହାଯାଉଛି ଯେ ପୁର୍ବାଞ୍ଚଳର ଚୌହାନ (ନୋନିଆ) ଭୋଟ ବ୍ୟାଙ୍କ ଉପରେ ଦୃଢ଼ ଥିବା ଦାରା ସିଂଙ୍କୁ ମଧ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବ।