Categories: ଜାତୀୟ

‘ତୁମ ସହ ଥିଲି, ଅଛି ଏବଂ ରହିବି’

ଲକ୍ଷ୍ନୌ,୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କୁ ନେଇ ରାଜନୀତି ଜୋର ଧରିଛି। ଏବେ ଜେଲ୍‌ରେ ବନ୍ଦ ଥିବା ଆଜମଙ୍କ ପାଇଁ ଦଳର ନେତା ତଥା ଏସପି ବିଧାୟକ ଶିବପାଲ ସିଂ ଯାଦବ ଭାବପ୍ରବଣ ହୋଇପଡିଛନ୍ତି। ସେ ଟୁଇଟର୍‌ରେ ଆଜାମଙ୍କ ଏକ ଭାଷଣର ଭିଡିଓ ଶେୟାର କରିଛନ୍ତି।
ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ସିଂ ଯାଦବ ଆଜମଙ୍କ ସପକ୍ଷରେ ସ୍ବର ଉତ୍ତୋଳନ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଭଲ ଏବଂ ସଚ୍ଚୋଟ ଚିନ୍ତାଧାରା ସର୍ବଦା ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚେ! ମୁଁ ତୁମ ସହିତ ଥିଲି, ଅଛି ଏବଂ ରହିବି।
ଟୁଇଟର୍‌ରେ ଶେୟାର ହୋଇଥିବା ଭିଡିଓରେ ଆଜମ କହୁଛନ୍ତି, ମୁଁ ନିଜେ କହିବାକୁ ଚାହେଁ ଯେ, ମୁଁ ଶିକ୍ଷା କ୍ଷେତ୍ରରେ କରିଥିବା କାର୍ଯ୍ୟ, ଗତ ଶହେ ବର୍ଷ ମଧ୍ୟରେ କୌଣସି ବ୍ୟକ୍ତି ତାହା କରିନାହାଁନ୍ତି। ମୁଁ ଏକ ବହୁତ ବଡ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି ଏବଂ ଏକ ମେଡିକାଲ ପ୍ରତିଷ୍ଠାନ ଏପରି ଭାବରେ ନିର୍ମାଣ କରାଯାଇଛି ଯାହା ଦ୍ୱାରା ସମଗ୍ର ଦେଶ ଗର୍ବିତ ହେବ। ଜୋହର ବିଶ୍ୱବିଦ୍ୟାଳୟ ଏସିଆର ସବୁଠାରୁ ଭଲ ବିଶ୍ୱବିଦ୍ୟାଳୟ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ସମାଜବାଦୀ ପାର୍ଟିରେ ଆଜମ ଖାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ସେ ଦଳ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ପୂର୍ବରୁ ଏସପି ଉପରେ ନିରାଶ ଥିବା ଶିବପାଲ ଯାଦବ ଅନେକଥର ଆଜମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି। ନିକଟରେ ସେ ଆଜଙ୍କୁ ଭେଟିବା ପାଇଁ ଜେଲ୍‌ ଯାଇଥିଲେ।

Share