Categories: ଜାତୀୟ

ତାଲିବାନ୍‌କୁ ପ୍ରଶଂସା କରି ଫସିଲେ ଏମ୍‌ପି

ଲକ୍ଷ୍ନୌ,୧୮।୮: ତାଲିବାନର ଆଫଗାନିସ୍ତାନ ଦଖଲକୁ ଭାରତର ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଥିବା ସମାଜବାଦୀ ପାର୍ଟି ଏମ୍‌ପି ଶଫିକୁର ରହମାନ ବାର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଭାଜପା ପଶ୍ଚିମ ଉତ୍ତରପ୍ରଦେଶ ଆଞ୍ଚଳିକ ଉପାଧ୍ୟକ୍ଷ ରାଜେଶ ସିଙ୍ଘଲଙ୍କ ଅଭିଯୋଗ କ୍ରମେ ସଦର ପୋଲିସ ସମ୍ଭାଲ ନିର୍ବାଚନ ମଣ୍ଡଳୀର ଲୋକ ସଭା ସଦସ୍ୟ ଡ. ବାର୍କଙ୍କ ବିରୋଧରେ ୧୨୪ଏ (ଦେଶଦ୍ରୋହ), ୧୫୩ଏ (ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା) ଏବଂ ୨୯୫ଏ (ଧର୍ମୀୟ ଉତ୍ତେଜନା ବଢ଼ାଇବା) ଧାରାରେ ମାମଲା ରୁଜୁ କରିଛି।

ସୋମବାର ଏମ୍‌ପି ଡ. ବାର୍କ ତାଲିବାନ୍‌ର ଆଫଗାନିସ୍ତାନ ଦଖଲକୁ ପ୍ରଶଂସା କରିବା ସହ ସେମାନଙ୍କ ଆକ୍ରମଣକୁ ଭାରତର ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଥିଲେ। ଭାରତ ବ୍ରିଟିଶ ଶାସନାଧୀନ ଥିବାବେଳେ ଏହାର ମୁକ୍ତି ପାଇଁ ସ୍ବାଧୀନତା ସଂଗ୍ରାମ ଚାଲିଥିଲା। ସେହିପରି ତାଲିବାନ୍‌ମାନେ ସେମାନଙ୍କ ଦେଶର ସ୍ବାଧୀନତା ପାଇଁ ଲଢ଼େଇ କରୁଥିଲେ। ଏହା ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲା ବୋଲି ସମାଜବାଦୀ ପାର୍ଟି ଏମ୍‌ପି କହିଥିଲେ।

Share