Categories: ଜାତୀୟ

ନୀତୀଶଙ୍କ ସମର୍ଥନରେ ପୋଷ୍ଟର ଜାରି କଲା ସମାଜବାଦୀ ପାର୍ଟି

ପାଟନା, ୧୦ ।୯: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀଙ୍କୁ ଏକଜୁଟ କରିବାର ଅଭିଯାନ ତା’ର ଲକ୍ଷ୍ୟରେ ପହଞ୍ଚିବା ନଜର ଆସୁଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଶନିବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହା ଉପରେ ମୋହର ଲାଗାଇଛି । ସମାଜବାଦୀ ପାର୍ଟି ନୀତୀଶ କୁମାର ଓ ଅଖିଳେଶ ଯାଦବଙ୍କର ଏକ ପୋଷ୍ଟର ବାହାର କରିଛି । ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଲାଗିଥିବା ଏହି ପୋଷ୍ଟରରେ ଲେଖାଯାଇଛି ‘ୟୁପି ପ୍ଲସ ବିହାର ଇଜ ଇକ୍ୱାଲସଟୁ ଗଲା ମୋଦି ସରକର’ । ଏହି ପୋଷ୍ଟରୁ ସ୍ପଷ୍ଟ ହେଉଛି ଯେ ସମାଜବାଦୀ ପାର୍ଟି ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ବିଗୁଲ ଫୁଙ୍କିଛି । ଏହି ପୋଷ୍ଟର ସମାଜବାଦୀ ପାର୍ଟିର ନେତା ଆଇପି ସିଂଙ୍କ ପକ୍ଷରୁ ଲାଗଯାଇଛି ।

Share