Categories: ଜାତୀୟ

ଆଜମ ଖାନଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୯।୫: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜେଲରେ ଥିବା ଆଜମଙ୍କୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତେବେ ସେ କେତେ ଦିନ ଭିତରେ ବାହାରକୁ ଆସିବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଜାମିନ ଖବର ଆସିବା ପରେ ଆଜମଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।
ସୂଚନଯୋଗ୍ୟ,ଗତ ନିର୍ବାଚନ ସମାଜବାଦୀ ପାର୍ଟି ଟିକେଟରେ ରାମପୁରରୁ ଆଜମ ଖାନ ବିଧାୟକ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଭାଜପାର ଆକାଶ ସକ୍ସେନାଙ୍କୁ ସେ ପରାସ୍ତ କରିଥିଲେ। ୨୦୧୯ରେ ଲୋକ ସଭା ନିର୍ବାଚନରେ ମଧ୍ୟ ସେ ଜିତିଥିଲେ। କିନ୍ତୁ ୟୁପି ବିଧାନସଭା ନିର୍ବାଚନରେ ଜିତିବା ପରେ ସେ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ୨ ବର୍ଷରୁ ଅଧିକ ଦିନ ହେବ ଜେଲରେ ଅଛନ୍ତି।

Share