Categories: ଜାତୀୟ

ସରକାର ଗଠନ ପରେ ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା)କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଏଥର ଛୋଟ ଛୋଟ ରାଜନୈତିକ ଦଳ ସହ ମେଣ୍ଟ କରିବ । ଭାଜପା ବେକାରୀ ଓ ମହଙ୍ଗା ମାଡ ଉପରେ ଆଲୋଚନା କରିବାକୁ କେବେବି ଚାହୁଁନି । ତେଣୁ ଜନତା ଏବେ ପରିବର୍ତ୍ତନ ଚାହିଁଲେଣି । ୨୦୨୨ ବିଧାନସଭା ନିର୍ବାଚନକୁ ସେ କହିଛନ୍ତି ଜନତା ପରିବର୍ତ୍ତନ ଚାହୁଁଛନ୍ତି । ଏହାକୁ ନଜରରେ ରଖି ସେମାନେ ମତଦାନ କରିବେ । ଅଖିଳେଶ କହିଛନ୍ତି ମୋତେ ଲାଗୁଛି ଯେବେଠାରୁ ଉତ୍ତର ପ୍ରଦେଶରେ ଭାଜପା ସରକାର ଗଠନ କଲାଣି ତେବେଠାରୁ ସେ ତା’ର ସଂକଳ୍ପ କଥା ଭୁଲି ଯାଇଛି । ହୁଏତ ସେ ତା’ର ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି । ନିକଟରେ ପଞ୍ଚାୟତ ନିର୍ବାଚନରେ ଭାଜପା ହେରାଫେରି କରିବାକୁ ଚେଷ୍ଟା କରିଥିଲେ ବି ଏଥିରେ ସେ ସଫଳ ହୋଇ ନାହିଁ ବୋଲି ଅଖିଳେଶ କହିଛନ୍ତି । ତେଣୁ ଆଗକୁ ବି ଭାଜପା ପରାଜୟ ସ୍ୱିକାର କରିବ ବୋଲି ସେ କହିଛନ୍ତି ।

Share