Categories: ଜାତୀୟ

ଲଭ୍ ଜେହାଦକୁ ବିରୋଧ କରିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୨୮ ।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ଭଳି ଭଲ ଓ ବଡ ମିଛ କେହି କହିପାରିବେ ନାହିଁ । ଅଖିଳେଶ କହିଛନ୍ତି ସୋଲାର ପ୍ୟାନେଲ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି କିନ୍ତୁ ୧୦ ହଜାର ମେଗାୱାଟ ବିଜୁଳି ବଢାଇବାର ପ୍ରତିଶୃତି ଦେଇ ଦିବ୍ୟାଙ୍ଗଙ୍କ ବିଜୁଳି କାଟି ଦେଇଛନ୍ତି । ଗାଁରେ ମାଗଣା ବିଜୁଳି କାହିଁକି ଦେଉ ନାହାଁନ୍ତି । ସେମିତି କୃଷକଙ୍କ ଉପରେ ଭାଜପା ସରକାର ଯେତିକି ଅତ୍ୟାଚାର କରିଛନ୍ତି ଏମିତି କୌଣସି ସରକାର କରିନାହିଁ । ତେଣୁ ସମାଜବାଦୀ ପାର୍ଟି କୃଷି ବିଲକୁ ବିରୋଧ କରିବ । ଉତ୍ତର ପ୍ରଦେଶ ସରକାର ଏମିତ ସରକାର ଏହା ଯେ କୌଣସି ଲୋକକୁ ଅସୁବିଧାରେ ପକାଇପାରେ । ଆଜମ ଖାଁଙ୍କ ସହ ଏମିତି ଅନ୍ୟାୟ ହେଉଛି ଯାହା କଳ୍ପନା ବାହାରେ । କାରଣ ସେ ଭଲ ୟୁନିଭର୍ସିଟି ତିଆରି କରିଛନ୍ତି । ସମାଜବାଦୀ ପାର୍ଟି ଭାଜପା ସରକାରଙ୍କ ଲଭ ଜେହାଦକୁ ବି ବିରୋଧ କରିବ ବୋଲି ସେ କହିଛନ୍ତି ।

Share