ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବେ ସମନ୍ଥା

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ସମନ୍ଥା ଆକିନେନି। ତାହା ପୁଣି ଭେଟେରାନ ଆକ୍ଟର ମନୋଜ ବାଜପେୟୀଙ୍କ ବିପକ୍ଷରେ। କିଛି ମାସ ତଳେ ଆମାଜନ ପ୍ରାଇମ ଓରିଜିନାଲରେ ରିଲିଜ ହୋଇଥିବା ‘ଦ ଫ୍ୟାମିଲି ମ୍ୟାନ୍‌’ର ଦ୍ୱିତୀୟ ସିଜନରେ ଦେଖିବାକୁ ମିଳିବ ସମନ୍ଥାଙ୍କ ବଳିଷ୍ଠ ଅଭିନୟ।

ପ୍ରଥମ ଭଳି ଦ୍ୱିତୀୟ ସିଜନରେ ମଧ୍ୟ ପ୍ରାୟ ସମାନ କଳାକାରଙ୍କୁ ଦେଖିବାକୁ ମିଳିବ, ଯାହାକି ସାଧାରଣ କଥା। ମନୋଜ ବାଜପେୟୀ ସିରିଜ୍‌ର ମୁଖ୍ୟ ଚରିତ୍ର ଶ୍ରୀକାନ୍ତ ତିଓ୍ବାରୀଙ୍କ ଭୂମିକାରେ ନଜର ଆସିବେ।

Share