ଫଟୋ ଡିଲିଟ୍‌ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍‌ ଅଲଗା ହୋଇଛନ୍ତି। ଉଭୟଙ୍କ ସମର୍ଥନରେ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଲଗା ହେବା ପରେ ସାମନ୍ଥା ନିଜ ଶୈଳୀରେ ଜୀବନ ବିତାଇବା ଆରମ୍ଭ କରିଦେଲେଣି। ନିକଟରେ ସେ ଚାରିଧାମ ଭ୍ରମଣ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ସେ ନାଗାଙ୍କ ସହ ଶେୟାର କରିଥିବା ଫଟୋ ଡିଲିଟ୍‌ କରିବାକୁ ଲାଗିଲେଣି।
କହି ରଖୁଛୁ ଯେ, ଦୁହେଁ ବହୁ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ପାଖାପାଖି ୭ବର୍ଷ ପ୍ରେମ ସମ୍ପର୍କ ପରେ ଦୁହେଁ ଗୋଆରେ ଏକ ରାଜକୀୟ ଢ଼ଙ୍ଗରେ ବିବାହ କରିଥିଲେ। ବାହାଘରର ୫ବର୍ଷ ମଧ୍ୟରେ ଅନେକ ଫଟୋକୁ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ନାଗାଙ୍କ ସହ ସମ୍ପର୍କ ନ ଥିବାରୁସେ ପୋଷ୍ଟ ସବୁ ଡିଲିଟ୍‌ କରିବାକୁୁ ଚାହୁଁଛନ୍ତି ବୋଲି ଅନୁମାନ କରାଯାଉଛି।

Share