ବଦଳୁଛି ସାମନ୍ଥାଙ୍କ ହାବଭାବ: ବିବାହ ବିଚ୍ଛେଦ ପରେ ହେବ କି …

ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ସାଉଥର ଏହି ସୁପରହିଟ ଯୋଡ଼ି ସାମନ୍ଥା ଓ ନାଗା ଚୈତନ୍ୟ ଅଲଗା ହୋଇ ଯାଇଥିଲେ । ଏ ନେଇ ନିଜେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଥିଲେ। ହେଲେ ଏବେ ସମନ୍ଥାଙ୍କ ହାବଭାବରୁ ଏପରି ଲାଗୁଛି ଯେପରି ସେ ପୁଣି ଥରେ ନାଗାଙ୍କ ସହ ପ୍ୟାଚଅପ୍‌ ମୁଡରେ ରହିଛନ୍ତି। ନାଗା ଚୈତନ୍ୟଙ୍କ ସହ ବିଚ୍ଛେଦକୁ ନେଇ ସମନ୍ଥା ନିଜେ ଟୁଇଟ୍‌ କରି ଫ୍ୟାନ୍ସଙ୍କୁ ଜଣାଇଥିବା ବେଳେ ବର୍ତ୍ତମାନ ସେ ଏହି ଟୁଇଟ୍‌କୁ ଡିଲିଟ କରି ଦେଇଛନ୍ତି। ଫଳରେ ଉଭୟ ପୁଣି ଥରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଗତବର୍ଷ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡପତ୍ର ନେଇ ବେଶ ଚର୍ଚ୍ଚା ହୋଇଥିଲା। ପ୍ରଥମେ ଉଭୟ ଛାଡପତ୍ର ଖବରକୁ ନେଇ ଚୁପ ରହିଥିଲେ। କିନ୍ତୁ ଅକ୍ଟୋବର ମାସରେ ଦୁହେଁ ମୁହଁ ଖୋଲିଥିଲେ। ଆଉ ଛାଡପତ୍ର ନେଇ ଘୋଷଣା କରିଥିଲେ। ପରେ ଉଭୟ ନିଜ ନିଜ ପ୍ରଫେଶନାଲ ଲାଇଫ୍‌ରେ ବ୍ୟସ୍ତ ରହିଥିଲେ। ଏପରିକି ସାମନ୍ଥା ଅଲ୍ଲୁ ଅର୍ଜନଙ୍କ ଫିଲ୍ମରେ ପ୍ରଥମେ ଆଇଟମ୍‌ ଗୀତ କରି ତାଙ୍କ ଚାର୍ଜ ବଢ଼ାଇ ଦେଇଥିଲେ । ୩ ମିନିଟ୍‌ର ଗୀତ ପାଇଁ ସେ ୫ କୋଟି ଚାର୍ଜ କରିଥିଲେ।

Share