ରାଗିଗଲେ ଏହି ଅଭିନେତ୍ରୀ, ମିଡିଆକୁ ‘ବିପଜ୍ଜନକ କୁକୁର’ ସହ କଲେ ତୁଳନା

ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅକ୍କିନେନି ଆଜିକାଲି ସ୍ବାମୀ ନାଗା ଚେତନ୍ୟଙ୍କ ସହ ତାଙ୍କ ଫାଟ ସମ୍ପର୍କ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବିଷୟରେ କୁହାଯାଉଛି ଯେ, ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଉଭୟଙ୍କର ଛାଡପତ୍ର ହୋଇସାରିଛି। ଏଭଳି ପରିସ୍ଥିତିରେ ଗଣମାଧ୍ୟମରେ ଏହି ଚର୍ଚ୍ଚାକୁ ନେଇ ଅକ୍କିନେନି ରାଗି ଯାଇଛନ୍ତି। ସେ ଗଣମାଧ୍ୟମକୁ ବିପଜ୍ଜନକ ‘କୁକୁର’ ସହିତ ତୁଳନା କରିଥିଲେ। ନିଜ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କୁକୁରଙ୍କର ଏକ ଫଟୋ ଶେୟାର କରିଥିଲେ। ତେବେ ଏହି ଫଟୋ ଭାଇରାଲ ହେବା ପରେ ସେ ଏହାକୁ ହଟାଇ ଦେଇଛନ୍ତି। ସେ ଆଶା ବନାମ ରିଅଲିଟି ଥିମ ଉପରେ ଏକ ମେମ ଶେୟାର କରିଥିଲେ। ଏଥିରେ ଦେଖାଯାଇଛି ଯେ, ଭୁକିବା କୁକୁରକୁ ମିଡିଆ ଟ୍ୟାଗ ଦିଆଯାଇଛି।
ଅକ୍କିନେନି ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଇନଷ୍ଟାଗ୍ରାମରୁ ତାଙ୍କ ସ୍ବାମୀଙ୍କ ନାମ ‘ଅକ୍କିନେନି’କୁ ହଟାଇବା ଦିନଠାରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେ ଏହାକୁ ହଟାଇ ତାଙ୍କ ନାମରେ କେବଳ ‘ଏସ୍‌’ ରଖିଥିଲେ। ଏହା ପରେ ସିନେମା ଜଗତରେ ଜୋରସୋରରେ ଆଲୋଚନା ହୋଇଥିଲା। କେବଳ ଏତିକି ନୁହେଁ ଅକ୍କିନେନି ସୋସିଆଲ ମିଡିଆରେ ତାଙ୍କ ଶ୍ୱଶୁର ଏବଂ ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କୁ ଜନ୍ମଦିନ ଶୁଭେଚ୍ଛା ମଧ୍ୟ ଜଣାଇ ନ ଥିଲେ। ଏହାପରଠାରୁ ସେମାନଙ୍କ ଛାଡପତ୍ର ଖବର ଆହୁରି ଦୃଢ ହୋଇଥିଲା।

Share