ସାମନ୍ଥାଙ୍କ ଶରୀରରେ ଅଛି ଏପରି ୩ ଚିହ୍ନ, ଛାଡ଼ପତ୍ର ପରେ ଟାଟୁକୁ ନେଇ କରୁଛନ୍ତି କି ଅନୁତାପ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ସୋସିଆଲ ମିଡିଆରେ ବେଶ ସକ୍ରିୟ। ସେ ତାଙ୍କ ଫ୍ୟାନ୍ସଙ୍କ ଫାଇଁ କିଛି ବି କରି ପାରନ୍ତି। ସେ ଇନଷ୍ଟାଗ୍ରାମରେ ଆସ୍କ ମି ଏନିଥିଙ୍ଗ ସେକ୍ସନ କରିଥିଲେ। ଯେଉଁଥିରେ ପ୍ରଂଶସକ ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ଟାଟୁ ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚାରିଥିଲେ। ଜଣେ ଉଜର୍ସ ସାମନ୍ଥାଙ୍କୁ ପଚାରିଥିଲେ, କୌଣସି ଟାଟୁ ଆଇଡିଆ ଯାହାକୁ ଆପଣ କେବେ ଟ୍ରାଏ କରିବାକୁ ଚାହିଁବେ। ଏହି ପ୍ରଶ୍ନର ଉତ୍ତରରେ ସାମନ୍ଥା ଏକ ଭିଡିଓ ସେୟାର କରି କହିଥିଲେ, ଆପଣ ଜାଣନ୍ତି, ଯଦି ମୋର ଯୌବନ କାଳରେ ମୁଁ ନିଜକୁ ପରାମର୍ଶ ଦେଇଥାନ୍ତି, ତେବେ ମୁଁ କହିଥାନ୍ତି ଶରୀରରେ କେବେ ବି ଟାଟୁ ନ କରିବାକୁ। କେବେ ବି ନୁହେଁ।
ତେବେ ସାମନ୍ଥାଙ୍କ ଶରୀରରେ ତିନୋଟି ଟାଟୁ ଅଛି। ତାଙ୍କ ପିଠିରେ ଏକ ଟାଟୁରେ ଲେଖା ହୋଇଛି ଓ୍ବାଇଏମ୍‌ସି ଅର୍ଥାତ ‘ୟେ ମାୟା ଚେସାଭ୍‌। ଏହା ତାଙ୍କ ପ୍ରଥମ ଫିଲ୍ମର ନାମ। ଏହି ଫିଲ୍ମଟି ୨୦୧୦ରେ ରିଲିଜ ହୋଇଥିଲା। ଯେଉଁଥିରେ ସେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଉ ଏକ ଟାଟୁରେ ସେ ସିଏଚ୍‌ଏଓ୍ବାଇ ‘ଚୟ’ ଲେଖିଛନ୍ତି ଏହା ନାଗା ଚୈତନ୍ୟଙ୍କ ନିକନେମ୍‌।
ଟାଟୁ ସେ ହାତରେ କରିଛନ୍ତି, ଯେଉଁଥିରେ ଏକ ତୀର ଚିହ୍ନ ଅଛି। ନାଗା ମଧ୍ୟ ତାଙ୍କ ଡାହାଣ ହାତରେ ସେହିଭଳି ଟାଟୁ କରିଛନ୍ତି। ବୋଧହୁଏ ସାମନ୍ଥା ନାଗାଙ୍କ ଠାରୁ ଅଲଗା ହେବା ପରେ ପରେ ଏହି ଟାଟୁ କରିଥିବା ପାଇଁ ଅନୁତାପ କରୁଛନ୍ତି।

Share