Categories: ଫୁରସତ

ତୁର୍କୀରେ ବିଜୟଙ୍କ ସହ ମଜା କରୁଛନ୍ତି ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ଫିଲ୍ମ ‘ଖୁସି’ ନିକଟରେ ରିଲିଜ୍‌ ହେବାକୁ ଯାଉଛି। ନିକଟରେ ଫିଲ୍ମର ଟିଜର ରିଲିଜ୍‌ ହେବା ପରେ ଦର୍ଶକଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମଟି ସେପ୍ଟେମ୍ବର ୧ରେ ରିଲିଜ୍‌ ହେବାର ଯୋଜନା ରହିଛି। ତେବେ ଦୁହିଁଙ୍କୁ ୪ ବର୍ଷ ପରେ ଏହି ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିବ। ଏହା ପୂର୍ବରୁ ସେମାନେ ୨୦୧୮ରେ ମୁଭି ‘ମହାନତି’ରେ ଏକାଠି ନଜରକୁ ଆସିଥିଲେ। ଫିଲ୍ମର ଶୁଟିଂ ବିଭିନ୍ନ ସ୍ଥାନରେ ହେଉଥିବାବେଳେ ତା’ର ଏକ ଗୀତର ଶୁଟିଂ ତୁର୍କୀରେ ହେଉଥିବା ଜଣାପଡ଼ିଛି। ଏହି ସମୟରେ ସେମାନେ ମଜା କରୁଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଶୁଟିଂ ପରେ ସାମନ୍ଥା ବିଜୟଙ୍କ ସହ ତୁର୍କୀ ପରିବେଶର ମଜା ନେଉଥିବା ଦେଖିବାକୁ ମିଳିଛି। ସେମାନେ ରେଷ୍ଟୁରାଣ୍ଟରେ ଏକାଠି ବସି ଖାଉଥିବାର ଫଟୋ ସାମ୍‌ନାକୁ ଆସିଛି। ତେବେ ସାମନ୍ଥା ୨୦୧୦ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବାବେଳେ ‘ପୁଷ୍ପା: ଦି ରାଇଜ୍‌’ରେ ତାଙ୍କ ଧମାକାଦାର ଡ୍ୟାନ୍ସ ପରେ ତାଙ୍କ ହାତକୁ ଅନେକ ଫିଲ୍ମ ଆସିଥିବା ଜଣାପଡ଼ିଛି। ନିକଟରେ ତେଲୁଗୁ ଫିଲ୍ମ ‘ଶଙ୍କୁନ୍ତଳମ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା।

Share